ମୁମ୍ବାଇ: ଟିଭି ଅଭିନେତ୍ରୀ ଆରତୀ ସିଂ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୀପକ ଚୌହାନଙ୍କ ସହ ଇସ୍କନ ମନ୍ଦିରରେ ତାଙ୍କର ବିବାହ ହୋଇଥିଲା। ଆରତୀ ଏବଂ ଦୀପକଙ୍କର ବିବାହ ବହୁତ ବଡ ଆକାରରେ ହୋଇଥିଲା ଯେଉଁଥିରେ ପରିବାରଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଂଶଗ୍ରହଣ କରିଥିଲେ। ଏମିତି କି ଯାହାଙ୍କ ଅପେକ୍ଷା ପୂରା ପରିବାର କରିଥିଲା ସେ ମଧ୍ୟ ଆସି ପହଞ୍ଚିଥିଲେ। ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀ ହେଉଛନ୍ତି ଆରତୀ। ଅଭିନେତ୍ରୀଙ୍କ ଭାଇ ତଥା ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକଙ୍କ ସହ ଗୋବିନ୍ଦାଙ୍କ କଥା କଟାକଟି ହୋଇଥିବାରୁ ସେ ବିବାହକୁ ଆସିବେ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଉପୁଜିଥିଲା।

Advertisment
View this post on Instagram

A post shared by Kashmera Shah (@kashmera1)

ହେଲେ ‌ଗୋବିନ୍ଦା ବିବାହରେ ଯୋଗ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ତେବେ  ଗୋବିନ୍ଦା ବିବାହ ମଣ୍ଡପରେ ପହଞ୍ଚିବା ପରେ କ୍ରିଷ୍ଣା ଅଭିଷେକ ଓ ତାଙ୍କ ପତ୍ନୀ କଶ୍ମୀରା ଶାହଙ୍କ ପ୍ରତିକ୍ରିୟା  କିଭଳି ଥିଲା ତାହା ସାମ୍ନାକୁ ଆସିଛି। କଶ୍ମୀରା ଇନଷ୍ଟାରେ ବିବାହର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଗୋବିନ୍ଦାଙ୍କ ପାଦ ଛୁଉଁଥିବା ଦେଖାଯାଇଛି। କଶ୍ମୀରା ପାଦ ଛୁଉଁଥିବା ବେଳେ ତାଙ୍କୁ ଏଭଳି କରିବାକୁ ନଦେଇ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି ଗୋବିନ୍ଦା। ଏହା ପରେ କ୍ରିଷ୍ଣା ଓ କଶ୍ମୀରାଙ୍କ ଦୁଇ ପୁଅଙ୍କୁ ଆଲିଙ୍ଗନ କରି ତାଙ୍କୁ ମଧ୍ୟ ଗୋବିନ୍ଦା ଆଶୀର୍ବାଦ ଦେଉଥିବା ଦେଖାଯାଇଛି।