ଅମିତାଭଙ୍କ ସହ ସୁଟିଂ କରିବା ସମୟରେ ଏହି କଥାକୁ ଡରୁଥିଲେ ଗୋବିନ୍ଦା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଗୋବିନ୍ଦା ନିଜ ଜୀବନ ସହ ଜଡ଼ିତ ଥିବା ଅନେକ ରାଜ୍‌ର ଖୁଲାସା କରିଥିଲେ । ସେ ଅମିତାଭ ବଚ୍ଚନଙ୍କ ସହ ଜଡ଼ିତ ଏକ ରହସ୍ୟର ଉନ୍ମୋଚନ କରିଛନ୍ତି । ଅଭିନେତା ଗୋବିନ୍ଦା ଏବଂ ବିଗ୍‌ ବି ଅମିତାଭ ବଚ୍ଚନ ‘ବଡ଼େ ମିଆଁ ଛୋଟେ ମିଆଁ’ ଫିଲ୍ମରେ କାମ କରିଥିଲେ । ଫିଲ୍ମରେ ଥିବା ଦୁଇ ଜଣଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା । ତେବେ ଫିଲ୍ମ କରିବା ପୂର୍ବରୁ ଗୋବିନ୍ଦାଙ୍କ ମନରେ ଗୋଟେ ଡ଼ର ରହିଥିଲା ।

ଡ଼ରିବାର କାରଣ ଥିଲା ସମୟରେ ନ ପହଞ୍ଚିବା । ଗୋବିନ୍ଦା ଏକା ସାଙ୍ଗରେ ଅନେକ ଫିଲ୍ମ ସାଇନ୍‌ କରିଥିବାରୁ ସେ କୌଣସି ବି ଫିଲ୍ମର ସୁଟିଂ ସେଟ୍‌ରେ ସମୟରେ ପହଞ୍ଚି ପାରୁ ନଥିଲେ । ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ କରିବାର ସୁଯୋଗ ମିଳିବା ପରେ ସେ ଡ଼ରିବା ଆରମ୍ଭ କରିଥିଲେ । କାରଣ ଅମିତାଭ ବଚ୍ଚନ ସମୟ ପୂର୍ବରୁ ସୁଟିଂ ସେଟ୍‌ରେ ପହଞ୍ଚିବାରେ ବିଶ୍ୱାସ ରଖୁଥିଲେ । ପରେ ସେ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ନିଜ ଅସୁବିଧା ବିଷୟରେ ଅମିତାଭ ବଚ୍ଚନଙ୍କୁ ଜଣାଇଥିଲେ । ସବୁ ଜାଣି, ମୋର କୌଣସି ଅସୁବିଧା ନାହିଁ । ଆପଣ କେଉଁ ସମୟରେ ସୁଟିଂ ସେଟ୍‌ରେ ପହଞ୍ଚିବେ ମୋତେ ଜଣାଇବେ । ସେହି ସମୟରେ ମୁଁ ପହଞ୍ଚି ଯିବି ବୋଲି ବିଗ୍‌ ବି କହିବା ପରେ ଗୋବିନ୍ଦା ଫିଲ୍ମ ସାଇନ୍‌ କରିଥିଲେ ।

Deccan Chronicle

ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ କରି ବ୍ୟକ୍ତଗତ ଭାବରେ ଗୋବିନ୍ଦାଙ୍କର ଲାଭ ହୋଇଥିଲା ବୋଲି ସେ କହିଥିଲେ । ଅମିିତାଭ ବଚ୍ଚନଙ୍କ ସହ ଫିଲ୍ମ କରିବା ପରେ ତାଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଥିଲା ଏବଂ ସେ ଅନେକ କିଛି ଶିଖିଥିଲେ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର