ମୁମ୍ବାଇ: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ପତ୍ନୀ ସୁନିତାଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଛି ବୋଲି ସୋସିଆଲ୍ ମିଡିଆରେ ବେଶ୍ କିଛି ଦିନ ହେବ ଚର୍ଚ୍ଚା ଲାଗିରହିଛି। ତେବେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପକାଉଛନ୍ତି ସୁନୀତା ଆହୁଜା।
ତେବେ ଗୋବିନ୍ଦାଙ୍କ ମ୍ୟାନେଜର୍ ବି ଏକଥା କହିଥିଲେ ଯେ ସୁନୀତା ତାଙ୍କ ସ୍ବାମୀ ଗୋବିନ୍ଦାଙ୍କ ବିରୋଧରେ ଏକ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ ବୋଲି। ତା’ ସତ୍ତ୍ବେ ବି ଛାଡ଼ପତ୍ରକୁ ନେଇ କଥା ଆଗକୁ ବଢ଼ିପାରିନାହିଁ।
ଗୋବିନ୍ଦା ଓ ସୁନୀତାଙ୍କ ଛାଡ଼ପତ୍ର ଚର୍ଚ୍ଚା ହେବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ହଲ୍ଲା ମଚି ଯାଇଥିଲା। ନିକଟରେ ସୁନୀତା ନିଜର ନୀରବତା ଭଙ୍ଗ କରି ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ କଡ଼ା ଜବାବ ଦେଇଛନ୍ତି।
ସୁନୀତା କହିଛନ୍ତି, ‘‘ସକାରତ୍ମକ ହେଉ କି ନକରାତ୍ମକ ହେଉ। କୁକୁରମାନେ ଭୁକିବେ ହିଁ ଭୁକିବେ।’’ ସେ ଆହୁରି ବି କହିଛନ୍ତି କି ଯେବେ ପର୍ଯ୍ୟନ୍ତ ଲୋକ ତାଙ୍କ ମୁହଁରୁ କିମ୍ବା ଗୋବିନ୍ଦାଙ୍କ ମୁହଁରୁ ସିଧାସଳଖ କିଛି ଶୁଣିନାହାନ୍ତି ତ ସେ ଉଡ଼ା କଥାକୁ ବିଶ୍ବାସ କରନ୍ତୁନି। ସୁନୀତା ଆହୁରି ବି କୁହନ୍ତି କି ସେ ଗୋବିନ୍ଦାଙ୍କ ପରି ଜଣେ ସ୍ନେହୀ ସ୍ବାମୀ ଓ ଦୁଇଟି ପିଲାର ମାଆ ହୋଇ ସାହସୀ ଅନୁଭବ କରନ୍ତି।