ନୂଆଦିଲ୍ଳୀ: ସୋସିଆଲ ମିଡିଆ ଯୁଗରେ ଆଉ ନୂଆ କଥା କିଛି ନାହିଁ। ଏଠାରେ ସବୁ ସମ୍ଭବ। ଯାହା ଆପଣ କେବେ କଳ୍ପନା ବି କରିନଥିବେ, ସେସବୁ ଦେଖିବାକୁ ମିଳୁଛି। ଏବେ ରିଲ୍ସର ସମୟ ଚାଲିଥିବାରୁ ଲୋକ ନିଜର ଭିୟୁ ବଢ଼ାଇବାକୁ କୌଣସି ବି ଉପାୟ ହାତଛଡ଼ା କରୁନାହାନ୍ତି।

Advertisment

ଏହି କାରଣରୁ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ଯେ ଲୋକେ ନିଜର ଜୀବନ ସାଥୀ ଖୋଜିବା ବେଳେ ବି ନିଜ ରିଲ୍ସ ଓ ଭିୟୁ ଉପରେ ଗୁରୁତ୍ବ ଦେଉଛନ୍ତି। ଜୀବନ ସାଥୀ ଭାବେ କେହି ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଖୋଜିବା କଥା ହୁଏତ ଆପଣ ପୂର୍ବରୁ କେବେ ଦେଖି ନଥିବେ। ଏବେ ଖବରକାଗଜରେ ସେପରି ଏକ ବିଜ୍ଞାପନ ଦେଖାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାରୁ ପ୍ରକାଶ ଯେ ରିୟା ନାମକ ଜଣେ ଆତ୍ମ-ଘୋଷିତ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ବ୍ୟକ୍ତି ତାଙ୍କ ଜୀବନ ସାଥୀ ଭାବେ ଅନ୍ୟ ଜଣେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସଙ୍କୁ ଚାହାନ୍ତି। ବିବାହ ପାଇଁ ଦେଇଥିବା ବିଜ୍ଞାପନରେ ସେ ଏହି କଥାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।

ରିୟାଙ୍କ ଏହି ବିଜ୍ଞାପନ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ତାଙ୍କ ଭବିଷ୍ୟତ ବର ପାଇଁ ବିଜ୍ଞାପନରେ ସେ ଚାହୁଁଥିବା କଥା ସବୁ ଅଦ୍ଭୁତ ଥିଲା। ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ସେ ଜଣେ ସାଥୀ ଖୋଜୁଛନ୍ତି। ଯିଏକି କ୍ୟାମେରା ସାମ୍ନାରେ ସହଜ ଅନୁଭବ କରୁଥିବେ। ଯାହାଫଳରେ ଭବିଷ୍ୟତରେ ସେ ତାଙ୍କ ସହ ମିଶି ରିଲ୍ସ ବନାଇ ପାରିବେ।

କଥା ଏତିକିରେ ଶେଷ ହୋଇନାହିଁ। ତାଙ୍କ ଜୀବନ ସାଥୀ ପ୍ରିମିୟର୍‌ ପ୍ରୋ ଜାଣିଥିବା ଦରକାର, ଫଳରେ ସେ ଯେପରି ଭବିଷ୍ୟ‌ତରେ ଯୁବତୀଙ୍କୁ ରିଲ୍ସ ଓ ପୋଷ୍ଟ୍‌କୁ ଏଡିଟ୍‌ କରିପାରିବେ ବୋଲି ସେ ଲେଖିଛନ୍ତି। ଏହି ବିଜ୍ଞାପନ ତୁରନ୍ତ ଭାଇରାଲ ହୋଇ ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।