ସୁପରଷ୍ଟାର ସଲ୍ମାନ୍ ଖାନ୍ଙ୍କ ଅଭିନୀତ ‘ବଜରଙ୍ଗୀ ଭାଇଜାନ୍’ ଚଳଚ୍ଚିତ୍ରର ସେଇ କୁନି ଝିଅ ମୁନ୍ନି କଥା ମନେ ପଡ଼ୁଛି କି? ୨୦୧୫ ମସିହାରେ ଆସିଥିବା ଏହି ଚଳଚ୍ଚିତ୍ରରେ ମୁନ୍ନି ଅର୍ଥାତ ହର୍ସାଳି ମଲ୍ହୋତ୍ରା ନିଜର ନିଖୁଣ ଅଭିନୟରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଥିଲେ। ଆଜି ସେଇ କୁନି ଝିଅ ବଡ଼ ହୋଇଯାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ଥିବା ହର୍ସାଳି ପ୍ରତିଦିନର କାର୍ଯ୍ୟକଳାପ ବିଷୟରେ ପ୍ରଶଂସକଙ୍କୁ ନିଜ ପୋଷ୍ଟ ମାଧ୍ୟମରେ ଜଣାଇଥାନ୍ତି। ଏବେ ଦୀପାବଳି ଅବସରରେ ହର୍ସାଳି ନିଜ ଫଟୋ ସେୟାର କରିଛନ୍ତି। ଏଥିରେ ସେ ବଡ଼ ହୋଇଯାଇଥିବା ଦେଖିବାକୁ ମିଳିଛି। ଫଟୋରେ ସେ ଏକ ଲାଲ୍ ରଙ୍ଗର ସାଲ୍ୱାର ପିନ୍ଧିଥିବା ବେଳେ ହାତରେ ଦୀପ ଧରିଛନ୍ତି। ଏଥିସହ ଅନ୍ୟ ଏକ ଫଟୋରେ ସେ ନିଜେ କରୁଥିବା ରଙ୍ଗୋଲି ପାଖରେ ବସିଥିବା ଦେଖିବାକୁ ମିଳିଛି।
ବଡ଼ ହୋଇଗଲେଣି ‘ବଜରଙ୍ଗୀ ଭାଇଜାନ୍’ର ମୁନ୍ନି
/sambad/media/post_attachments/wp-content/uploads/2020/11/dgdsag4da68g74ad8g798dagadgdgdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)