ବହୁଚର୍ଚ୍ଚିତ ମ୍ୟୁଜିକ୍ ଭିଡିଓ ‘ଗୁଆ ଘିଅ’ ଫେମ୍ ନାୟିକା ଲଭ୍ଲି ଲିଲିଙ୍କ ଅଭିନୀତ ଏକ ନୂଆ ଓଡ଼ିଆ ସିନେମା ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ରିଲିଜ୍ ଅପେକ୍ଷାରେ ଥିବା ଜ୍ୟୋତି ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ‘ତୁ ମୋର ନିହାତି ଦରକାର’ରେ ତାଙ୍କୁ ଜଣେ ଡାକ୍ତରୀ ଛାତ୍ରୀ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସନ୍ତୋଷ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି। ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ରଘୁ ସର୍ଦ୍ଦାର’ରେ ଜୀନାଙ୍କ ବିପକ୍ଷରେ ସନ୍ତୋଷଙ୍କୁ ଦେଖି ସାରିଛନ୍ତି ଦର୍ଶକ।
‘ତୁ ମୋର ନିହାତି ଦରକାର’ରେ ପୁଷ୍ପା ପଣ୍ଡା, ବିଦୁସ୍ମିତା, ପିଣ୍ଟୁ ନନ୍ଦ, ବିଜୁ ବଡ଼ଜେନା ଓ ସୁଧାକର ବସନ୍ତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି। ‘ତୁ ମୋ ସୁନା ତୁ ମୋ ହୀରା’, ‘ଏମିତି ବି ହୋଇପାରେ’, ‘ମାୟାଦର୍ପଣ’, ‘ରଘୁ ସର୍ଦ୍ଦାର’ ଓ ‘ଭୋକ’ ଭଳି ସିନେମାର ନିର୍ଦ୍ଦେଶକ ରାଜୀବ ମହାନ୍ତି ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜିକା ଚିନ୍ମୟୀ ମହାନ୍ତି ଫିଲ୍ମର କାହାଣୀ ରଚନା କରିଥିବା ବେଳେ ସଂଳାପ ଲେଖିଛନ୍ତି ଡ. ରଜନୀ ରଂଜନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/14/fUgWHKWW19XAA00K6dgh.jpg)