ଭୁବନେଶ୍ୱର: ଇତିମଧ୍ୟରେ କେତୋଟି ନୂଆ ଓଡ଼ିଆ ସିନେମାରେ ସେନସର କାମ ଶେଷ ହୋଇଯାଇଛି।ଏଥିମଧ୍ୟରୁ ପ୍ରଥମ ସିନେମାଟି ହେଲା‘ଗୁଡ଼ୁ ଆଣ୍ଡ୍ ଗୁଡ଼ି’।ସୂର୍ଯ୍ୟକାନ୍ତ ସାମଲଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ଶୁଭାଶିଷ ପତି।ଶୁଭାଶିଷ ପୂର୍ବରୁ ‘ଗଡ଼ବଡ଼’ ଓ ଗୁଣ୍ଡା’ ଟାଇଟଲରେ ଦୁଇଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ।‘ଗୁଡ଼ୁ ଆଣ୍ଡ୍ ଗୁଡ଼ି’ହେଉଛି ତାଙ୍କର ତୃତୀୟ ସିନେମା।ସେ ଇଂରାଜି ଅକ୍ଷର ‘g’ରୁ ଟାଇଟଲ୍ ଦେଇ ଫିଲ୍ମ ନିର୍ମାଣ କରିବାର ଧାରା ବଜାୟ ରଖିଛନ୍ତି।
‘ଗୁଡ଼ୁ ଆଣ୍ଡ୍ ଗୁଡ଼ି’ର ମେନ୍ ଲିଡ଼୍ରେ ଅଛନ୍ତି ସୂର୍ଯ୍ୟକାନ୍ତ,ହିମିକା ଓ ମିହିର ଦାସ ପ୍ରମୁଖ।ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଫିଲ୍ମ କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼(ସିବିଏଫ୍ସି)ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍ ମିଳିଛି। ଏହା ହେଉଛି ହିମିକାଙ୍କ ଦ୍ୱିତୀୟ ଓଡ଼ିଆ ସିନେମା।