ଆସିଲା ‘ଗୁଲାବୋ ସୀତାବୋ’ର ଫାଷ୍ଟ ଲୁକ, ବଦରାଗି ବୃଦ୍ଧ ଭୂମିକାରେ ନଜର ଆସିଲେ ଅମିତାଭ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ଓ ଆୟୁସ୍ମାନ ଖୁରାନାଙ୍କ ଫିଲ୍ମ ‘ଗୁଲାବୋ ସୀତାବୋ’ ବାବଦରେ ଘୋଷଣା ପରେ ପ୍ରଶଂସକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଅପେକ୍ଷା ରହିଛି | ଆୟୁଷ୍ମାନ ଓ ଅମିତାଭଙ୍କୁ ଏକାଠି ଦେଖିବାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏହି ଫିଲ୍ମର ଫାଷ୍ଟଲୁକ ରିଲିଜ ହୋଇଛି | ଏଥିରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ବଦରାଗି ବୃଦ୍ଧ ଭୂମିକାରେ ଦେଖିବାକୁ ମିଳିଛି |

gulfnews.com

ଏହି ଫିଲ୍ମର ନିର୍ଦ୍ଦେଶନା ସୁଜିତ ସରକାର ଦେଇଥିବାବେଳେ ପୂର୍ବରୁ ସୁଜିତ ଭିକ୍କୀ ଡୋନର ଓ ପିକୁ ରେ ଉଭୟ ଆୟୁଷ୍ମାନ ଓ ଅମିତାଭଙ୍କ ସହ କାମ କରିଛନ୍ତି | ଏବେ ସୁଜିତ ଏହି କମେଡି ଫିଲ୍ମ ଜରିଆରେ ପୁଣି ଥରେ ପରଦାକୁ ଆସୁଛନ୍ତି | ଫିଲ୍ମ ର ସୁଟିଂ ଉତ୍ତରପ୍ରଦେଶର ଲଖନଉରେ ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଅମିତାଭଙ୍କ ସୁଟିଂ ଚାଲୁରହିଛି |

ଫିଲ୍ମରେ ଅମିତାଭ ଆୟୁଷ୍ମାନଙ୍କ ଘର ମାଲିକ ଭୂମିକାରେ ଅଭିନୟ କରୁଛନ୍ତି | ଚର୍ଚ୍ଚା ହେଉଛି ଏହି ଫିଲ୍ମରେ ଅମିତାଭ ଜଣେ ବଦରାଗି ବୃଦ୍ଧ ଭୂମିକାରେ ଅଭିନୟ କରୁଛନ୍ତି | ଲମ୍ବା ଦାଢ଼ି ସହ ପ୍ରସଥେଟିକ ନାକ ଲଗାଇଥିବାର ଅମିତାଭ ନଜର ଆସିବେ |

ସମ୍ବନ୍ଧିତ ଖବର