ଫେରୁଛନ୍ତି ଗଲି ବୟ

‘ଗଲି ବୟ’ ଷ୍ଟାର୍ ସିଦ୍ଧାନ୍ତ ଚତୁର୍ବେଦୀ ଓ ହ୍ବାଇଟ୍ ଟାଇଗର୍ ଫେମ୍ ଆଦର୍ଶ ଗୌରବ ନୂଆ ଅବତାରରେ ପୁଣି ଫେରୁଛନ୍ତି। ଜୋୟା ଅଖ୍‌ତର ପ୍ରଡକ୍ସନ ପ୍ରସ୍ତୁତ କରିବାକୁ ଯାଉଥିବା ଏହି ନୂଆ ଚଳଚ୍ଚିତ୍ରରେ ସିଦ୍ଧାନ୍ତ ଓ ଗୌରବଙ୍କ ସହ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେବେ ଷ୍ଟାର ଡଟର୍ ଅନନ୍ୟା ପାଣ୍ଡେ।

କୋଭିଡ୍‌ର ଦ୍ବିତୀୟ ଲହର ପାଇଁ ଦେଶ ବିଦେଶରେ କଡ଼ା କଟକଣା ଜାରି ହେଇଥିବାରୁ ଏବେ ଫିଲ୍ମ ସୁଟିଂ ସ୍ଥଗିତ ରହିଛି। ପ୍ରଯୋଜକ ଜୋୟା ଅଖ୍‌ତର ତାଙ୍କ ପରବର୍ତ୍ତୀ ସିନେମାର ଶୀର୍ଷକ ଚୂଡ଼ାନ୍ତ କରି ନ ଥିଲେ ମଧ୍ୟ ଏଥିପାଇଁ ଚୟନ କରିଥିବା ତିନି ଉଦୀୟମାନ ତାରକାଙ୍କ ସହ ଚୁକ୍ତି ସ୍ବାକ୍ଷର କରିସାରିଛନ୍ତି। ଧର୍ମା ପ୍ରଡକ୍ସନ ନିର୍ମାଣାଧୀନ ନୂଆ ସିନେମାରେ ଦୀପିକା ପାଦୁକୋନ୍‌ଙ୍କ ସହ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର