ପ୍ରଥମ ବିବାହ ଅସଫଳ ହେବାପରେ କେବଳ କ୍ୟାରିଅରରେ ମନ ଦେଇଥିଲେ ପ୍ରଖ୍ୟାତ ଲେଖକ -ଗୀତିକାର-ନିର୍ଦ୍ଦେଶକ ଗୁଲଜାର

ମୁମ୍ବାଇ: ଆଜି ହେଉଛି ପ୍ରଖ୍ୟାତ ଲେଖକ -ଗୀତିକାର-ନିର୍ଦ୍ଦେଶକ ଗୁଲଜାରଙ୍କ ଜନ୍ମଦିନ। ଏସବୁ କ୍ଷେତ୍ରରେ ସେ ସଫଳତା ହାସଲ କରିଛନ୍ତି। ସେ ମେରେ ଅପନେ, ଆନ୍ଧି, କିନାରା, ପରିଚୟ,ମାଚିସ୍‌, ହୁତୁତୁ ଭଳି ଲୋକପ୍ରିୟ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ସେ ତାଙ୍କ ସୁଦୀର୍ଘ କ୍ୟାରିଅର ଭିତରେ ୨୧ ଟି ଫିଲ୍ମ ଫେଆର, ଗୋଟିଏ ଓସ୍କାର ଆଓ୍ଵାର୍ଡ ଏବଂ ଏକାଧିକବାର ଜାତୀୟ ପୁରସ୍କାର ଲାଭ କରିଛନ୍ତି।

ପ୍ରଥମ ବିବାହ ଅସଫଳ ହୋପରେ ରାକ୍ଷୀ ବମ୍ବେ ଆସି ସଂଘର୍ଷ କରିଲେ । ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ ଶର୍ମିଲୀ ’ । ଏଥିରେ ଶଶୀ କପୁର ଥିଲେ ତାଙ୍କର ନାୟକ । ଏହି ସିନେମାରେ ରାକ୍ଷୀ ଉତ୍ତେଜନକା ଦୃଶ୍ୟ ଦେଇ ବେଶ୍‌ ଚର୍ଚ୍ଚାରେ ବିଷୟ ହୋଇଥିଲେ । ପ୍ରଥମ ସିନେମାରେ ତାଙ୍କୁ ମିଳିଥିଲା ଦ୍ୱୈତ ଭୂମିକା । ଏହି ସମୟରେ ସେ ପ୍ରଖ୍ୟାତ ଲେଖକ ଗୀତିକାର-ନିର୍ଦ୍ଦେଶକ ଗୁଲଜାରଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପୁଣି ଦାମ୍ପତ୍ୟ ଜୀବନରେ ଉପୁଜିଲା ଦ୍ୱନ୍ଦ୍ୱ । ରାକ୍ଷୀ ଓ ଗୁଲଜାରଙ୍କ ମଧ୍ୟରେ ମଧ୍ୟ ବିଭେଦ ବଢ଼ିଲା ଏବଂ ସେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେଲା । ତେବେ ଗୁଲଜାରଙ୍କ ଔରସରୁ ରାକ୍ଷୀଙ୍କର ଗୋଟିଏ ଝିଅ ଥିଲେ,ଯାହାଙ୍କ ନାଆଁ ହେଲା ମେଘନା ଗୁଲଜାର୍‌, ଯିଏ କି ପରବର୍ତ୍ତୀ ସମୟରେ ଜଣେ ନିର୍ଦ୍ଦେଶିକା ହୋଇଥିଲେ ।

photo-indiatv

ଏହାପରେ ଗୁଲଜାର ଆଉ ବିବାହ କରିନାହାଁନ୍ତି କି ରାକ୍ଷୀ । କିନ୍ତୁ ଗୁଲଜାରଙ୍କୁ ଛାଡ଼ିବାପରେ ରାକ୍ଷୀଙ୍କର ଆଫେଆର୍‌ ଚର୍ଚ୍ଚା ଥମି ନଥିଲା । ଅଭିନେତା ଦୀପକ ପରାଶର ଓ ବିଶିଷ୍ଟ ସାମ୍ବାଦିକ ପ୍ରୀତିଶ ନନ୍ଦୀଙ୍କ ସହିତ ରାକ୍ଷୀଙ୍କର ଆଫେଆର୍‌ ଥିବା କଥା ସେସମୟରେ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା । କିନ୍ତୁ ରାକ୍ଷୀ ଏସବୁକୁ ଗୁଜବ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର