ନୂଆବର୍ଷରେ ନୂଆ ଅଧ୍ୟାୟ ଆରମ୍ଭ କଲେ ଗୁରୁ ରାନ୍ଧଓ୍ୱା

ପଞ୍ଜାବୀ ଗାୟକ ଗୁରୁ ରାନ୍ଧଵା ନୂଆ ବର୍ଷରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଜଣେ ଅଜଣା ଝିଅ ସହ ଫଟୋ ସେୟାର କରି ସେ ଏହି ସୂଚନା ଦେଇଛନ୍ତି। ଅର୍ଥାତ୍ ରାନ୍ଧଵାଙ୍କର ନିର୍ବନ୍ଧ ହୋଇଥିବା ସେ ଏହି ପୋଷ୍ଟ ମାଧ୍ୟମରେ ପରୋକ୍ଷରେ ସୂଚନା ଦେଇଛନ୍ତି। ଫଟୋରେ ରାନ୍ଧଵା ମହିଳାଙ୍କ ହାତ ଧରି ବହୁତ ଖୁସି ଥିବା ନଜର ଆସୁଛି। ତେବେ ତାଙ୍କ ଏହି ପୋଷ୍ଟ୍ ପରେ ବଲିଉଡ୍ ତାରକାଙ୍କ ଠାରୁ ଆରମ୍ଭ କରି ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଠାରୁ ଆରମ୍ଭ କରି ନୋରା ଫତେହି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ନେଇ ବଧେଇ ଜଣାଇଛନ୍ତି।

ସମ୍ବନ୍ଧିତ ଖବର