ପ୍ରଶଂସକଙ୍କ ପାଇଁ ଖୁସି ଖବର; ପୁଣି ପରଦାରେ ନଜର ଆସିବେ ଶାହାରୁଖ-କାଜଲ ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ଆଇକନିକ ଅନ୍‌ସ୍କ୍ରିନ୍‌ ଯୋଡ଼ି ଶାହାରୁଖ୍‌ ଓ କାଜଲ ପୁଣି ଥରେ ଏକତ୍ର ପରଦାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ଏହି ଯୋଡ଼ିକୁ ୭ ବର୍ଷ ପରେ ଏକତ୍ର ଦେଖିବା ଖବର ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ରହିଛନ୍ତି। ଏହି କାମ ଆଉ କେହି ନୁହଁନ୍ତି, ସିନେ ନିର୍ଦ୍ଦେଶକ କରଣ ଜୋହର କରିବାକୁ ଯାଉଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଶାହାରୁଖ ଓ କାଜଲ ପୁଣି ଥରେ ଏକତ୍ର ନଜର ଆସିବେ, ମାତ୍ର ଏମାନେ ମୁଖ୍ୟ ଚରିତ୍ର ନିଭାଇବେ ନାହିଁ। ଏହି ଆଇକନିକ୍‌ ଯୋଡ଼ିକୁ ଏକ ସ୍ପେସିଆଲ୍‌ ପରଫର୍ମର ଭାବେ ଦେଖିବାକୁ ମିଳିପାରେ।

ତେବେ ଜାଣିବାକୁ ମିଳିଛି ଯେ ନିର୍ଦ୍ଦେଶକ କରଣ ଜୋହର ତାଙ୍କ ଚଳଚ୍ଚିତ୍ର ‘ରକି ଆଣ୍ଡ୍‌ ରାନୀକି ପ୍ରେମ୍‌ କାହାନୀ’ରେ ଶାହାରୁଖ୍‌ ଓ କାଜଲଙ୍କୁ କାଷ୍ଟ୍‌ କରିପାରନ୍ତି। ଏଥିରେ ସେମାନଙ୍କର ଖୁବ୍‌ କମ୍‌ ଭୂମିକା ରହିବ। ସେମାନଙ୍କୁ ନେଇ ଏକ ଗୀତ ସୁଟ୍ ହୋଇପାରେ ବୋଲି ଆଶା କରାଯାଉଛି।

ଶେଷ ଥର ପାଇଁ ଶାହାରୁଖ ଓ କାଜଲଙ୍କୁ ‘ଦିଲୱାଲେ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ପରେ ସେମାନଙ୍କୁ ଆଉ ଏକାଠି ଦେଖିବାକୁ ମିଳିନାହିଁ।

ଆପଣ ଜାଣିଥିବେ ନିଶ୍ଚୟ ଯେ ଅନେକ ସମୟ ବ୍ୟବଧାନ ପରେ କରଣ ଜୋହର ପୁଣି ଥରେ ନି‌ର୍ଦ୍ଦେଶନାକୁ ଫେରିଛନ୍ତି ଓ ଶାହାରୁଖ-କାଜଲ ତାଙ୍କ ପାଇଁ ଲକି ଚାର୍ମ ବୋଲି ସେ ଅଧିକାଂଶ ସମୟରେ ସ୍ବୀକାର ବି କରିଛନ୍ତି।

ତେବେ କରଣଙ୍କ ଏହି ‘ରକି ଆଣ୍ଡ୍‌ ରାନୀକି ପ୍ରେମ୍‌ କହାନୀ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂହ।

ସମ୍ବନ୍ଧିତ ଖବର