ହଠାତ ଶାହାରୁଖଙ୍କୁ ଦେଖି ହଲିଉଡ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଥିଲା ଏଭଳି

ନୂଆଦିଲ୍ଲୀ: ହଲିଉଡ ଷ୍ଟାର ସେରୋନ ଷ୍ଟୋନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ଏଥିରେ ସେ ଶାହାରୁଖଙ୍କୁ ଦେଖି ଦେଇଥିବା ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ନଜରକୁ ଆସିଛି।  ସେରୋନ ସାଉଦି ଆରବରେ ଚାଲିଥିବା ରେଡ ସି ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ଭାଗ ନେଇଥିଲେ। ଯେତେବେଳେ ଜାଣିବାକୁ ପାଇଥିଲେ କି ସେ ଯେଉଁ ଆସନରେ ବସିଛନ୍ତି ତାଙ୍କ ପାଖ ଆସନରେ ଶାହାରୁଖ ଖାନ ବସିଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ସେରୋନଙ୍କ ପାଖ ଚୌକିକୁ ଛାଡ଼ି ଦୁଇଟି ଚୌକିରେ ଶାହାରୁଖ ଖାନ ବସିଛନ୍ତି। କିନ୍ତୁ ଏକଥା ସେ ଜାଣି ନଥିଲେ। ଯେତେବଳେ ସେ ଜାଣିଲେ କି ତାଙ୍କ ପାଖ ଚୌକିରେ ଶାହାରୁଖ ବସିଛନ୍ତି ସେ ସ୍ତବ୍ଧ ପ୍ରାୟ ହୋଇଯାଇଥିଲେ। ‘ଓଃ ମାଇ ଗଡ଼’ କହି ଛାତିରେ ହାତ ରଖି ଖୁସିରେ ଝୁମି ଯାଇଥିଲେ।

ଏହି ଘଟଣାକୁ ନେଇ ସେରୋନ କହିଛନ୍ତି, ‘ଶାହାରୁଖ ମୋ’ଠାରୁ ଦୁଇଟି ଚୌକି ଛାଡ଼ି ବସିଥିଲେ। ଯାହାକି ମୋତେ ଜଣା ନଥିଲା। ଆଗକୁ ଯାଉଥିବା ସମୟରେ ମୁଁ ତାଙ୍କୁ ସେଠାରେ ବସିଥିବା ଦେଖିବାକୁ ପାଇଥିଲି। ଆଉ ଖୁସିରେ ସ୍ତବ୍ଧପ୍ରାୟ ହୋଇଯାଇଥିଲି।’

ଚାଲୁଥିବା ରେଡ ସି ଫିଲ୍ମ ଫେଷ୍ଟିଭାଲରେ ଗୁରୁବାର ଶାହାରୁଖଙ୍କୁ ସମ୍ମାନୀତ କରାଯାଇଛି। ସେରୋନଙ୍କ ସହିତ ଦର୍ଶକଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ବି ଥିଲେ। ଯେଉଁମାନେ ଶାହାରୁଖଙ୍କୁ ସମ୍ମାନୀତ କରିବା ସମୟରେ ତାଳି ବଜାଇଥିଲେ। ଏହି ସମ୍ମାନ ପାଇବା ପରେ ଶାହାରୁଖ ନିଜକୁ ଗୌରବ ମନେ ହେଉଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର