ଅଣ୍ଡରଓ୍ଵାର୍ଲଡ଼ ଡନ୍‌ ହାଜି ମସ୍ତାନ୍‌ ଏହି ବଲିଉଡ ନାୟିକାଙ୍କ ପ୍ରେମରେ ପଡ଼ିଥିଲେ

ମୁମ୍ବାଇ: ଦାଉଦ୍‌ ଇବ୍ରାହିମ୍‌ ପୂର୍ବରୁ ଯେଉଁ ଅଣ୍ଡରଓ୍ଵାର୍ଲଡ଼ର ଡନ୍‌ ଅଧିକ ଚର୍ଚ୍ଚାରେ ଥିଲେ ସେ ହେଲେ ହାଜି ମସ୍ତାନ୍‌। ହଁ , ଅଣ୍ଡରଓ୍ଵାର୍ଲଡ଼ର ଜଣେ ନାମୀ ଡ଼ନ୍‌ ଥିଲେ ହାଜି ମସ୍ତାନ୍‌। ହାଜି ମସ୍ତାନ୍‌ ଅପରାଧ ଜଗତରେ ପାଦ ଦେଇ ଯେମିତି ଚର୍ଚ୍ଚିତ ହୋଇଥିଲେ ଠିକ୍‌ ସେମିତି ପ୍ରେମ ସଂପର୍କକୁ ନେଇ ବି ଚର୍ଚ୍ଚାରେ ରହି ଥିଲେ। ହଁ ହାଜି ମସ୍ତାନ୍‌ ବି ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ। ସେହି ଅଭିନେତ୍ରୀ ଜଣକ ଥିଲେ ସୋନା।


ଏକଦା ହାଜି ମସ୍ତାନ ଓ ସୋନାଙ୍କ ଆଫେଆର୍‌ ବଲିଉଡ଼୍‍ରେ ଚର୍ଚ୍ଚାର ବିଷୟ ହୋଇଥିଲା। ସୋନାଙ୍କୁ ବାହା ହୋଇ ଘରସଂସାର କରିବା ପାଇଁ ହାଜି ମସ୍ତାନ ଇଚ୍ଛା କରିଥିଲେ । ସେ ଚାହୁଁଥିଲେ ସୋନାଙ୍କୁ ବାହା ହୋଇ ଅପରାଧ ଜଗତରୁ ଓହରି ଯାଇ ଭିନ୍ନ ଜୀବନ ବିତାଇବେ । ମାତ୍ର ତାହା ସମ୍ଭବ ନ ହେବାରୁ ସେ ପୁଣି ଅଣ୍ଡର ଓ୍ଵାର୍ଲଡ଼ ଡ଼ନ୍‌ ବନିଥିଲେ ବୋଲି ମଧ୍ୟ କୁହାଯାଏ। ହାଜି ମସ୍ତାନ ଓ ସୋନାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିଲା ବଲିଉଡ଼ର ସୁପରହିଟ୍‌ ଫିଲ୍ମ‘ଓ୍ଵାନ୍‌ସ ଅପ୍‌ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’। ଏଥିରେ ଅଜୟ ଦେବଗନ ହାଜି ମସ୍ତାନ ଭୂମିକାରେ ଓ କଙ୍ଗନା ରାନାଓ୍ଵତ୍‌ ସୋନା ଭୂମିକାରେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶକ ଥିଲେ ମିଲନ୍‌ ଲୁଥ୍ରିଆ ।

ସମ୍ବନ୍ଧିତ ଖବର