ହ୍ୟାଣ୍ଡସମ୍ ହିରୋ ବି ଖଳନାୟକ

ଅଭିନେତା ମନୀଷ ବାହ୍‌ଲ ଚଳଚ୍ଚିତ୍ର ଜଗତରେ ତାଙ୍କ ଅଭିନୟର ୨୭ତମ ସ୍ଫୁର୍ତ୍ତି ‌ଉତ୍ସବ ମନେଇଛନ୍ତି। ‘ହମ୍ ଆପ୍‌କେ ହେ କୌନ୍’ ଓ ‘ହମ୍ ସାଥ ସାଥ ହେଁ’ ଦୁଇଟିଯାକ ଚଳଚ୍ଚିତ୍ରରେ ଏଇ ହ୍ୟାଣ୍ଡସମ୍ ଚେହେରା ଖଳ ଚରିତ୍ରରେ ଅବତୀର୍ଣ୍ଣ ହେଇ ରାତାରାତି ପରିଚିତ ହେଇଥିଲେ। ତାଙ୍କ ପରି ହ୍ୟାଣ୍ଡସମ୍ ଚେହେରା ଏହା ପୂର୍ବରୁ ଖଳ ଚରିତ୍ରରେ ଅବତୀର୍ଣ୍ଣ ହେଇଥିବାର ନଜିର ନାହିଁ।

ରାଜଶ୍ରୀ ପ୍ରଡକ୍ସନ୍‌କୁ ସେ କୃତଜ୍ଞତା ଜଣାଇଛନ୍ତି, କାରଣ ଏହି ପ୍ରଡକ୍ସନ ହାଉସ୍‌ ତାଙ୍କୁ ‘ଗୁଡ୍‌ବୟ ବ୍ୟାଡ୍‌ବୟ’ ସିନେମାରେ ସୁଯୋଗ ଦେଇଥିଲା। ଯେଉଁଟି ତାଙ୍କ ଅଭିନୟ ଜୀବନର ମୋଡ଼ ପରିବର୍ତ୍ତନ କରିଥିଲା। ହମ୍ ଆପକେ ହେ କୌନ୍, ମୈନେ ପ୍ୟାର୍ କିୟା, ହମ୍ ସାଥ୍ ସାଥ୍ ହେ ପରି ସଫଳ ସିନେମାର ପ୍ରମୁଖ ଚରିତ୍ର ସାଜିଥିଲେ ମନୀଷ। ସେ ଏଥିପାଇଁ ନିର୍ମାତା ସୂରଜ ବଡଜାତ୍ୟା ଓ ଚଳଚ୍ଚିତ୍ରର ନାୟକ ସଲମାନ୍ ଖାନ, ମା’ ଭୂମିକାରେ ଥିବା ରିମା ଲାଗୋ, ସହ କଳାକାର ଲକ୍ଷ୍ମୀକାନ୍ତ ବେରଦେ, ଅଜିତ ବାଚାନୀ ଏବଂ ସଦାଶିବ ଅମରପୂରକର ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର