ଲିକ୍‌ ହେଲା ହଂସିକାଙ୍କ ନିମନ୍ତ୍ରଣ କାର୍ଡ; ଜାଣନ୍ତୁ ହଳଦୀରୁ ନେଇ ବିବାହ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ

ମୁମ୍ବାଇ: ପ୍ରାୟ ଏକ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ। ଆପଣ ଜାଣିଥିବେ ନିଶ୍ଚୟ ଯେ ଅଗାମୀ ୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ହଂସିକା। ତେବେ ଜାଣିବାକୁ ମିଳିଛି ଯେ ହଂସିକାଙ୍କ ବିବାହର ନିମନ୍ତ୍ରଣ କାର୍ଡ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କେଉଁ ଦିନ କେଉଁ ଉତ୍ସବ ଅଛି ତାହାର ସୂଚନା ମିଳିଯାଇଛି।

ସୂଚନା ମୁତାବକ, ହଂସିକାଙ୍କର ନିଜର ପ୍ରେମିକ ସୋହେଲ କଥୁରିଆଙ୍କ ସହ ଡିସେମ୍ବର ୪ ତାରିଖ ସକାଳେ ହଳଦୀ ଉତ୍ସବ ହେବ। ତେବେ ଏହି ଦମ୍ପତିଙ୍କ ମେହେନ୍ଦୀ ଓ ସଂଗୀତ ଉତ୍ସବ ହେବ ଡିସେମ୍ବର ୩ ତାରିଖରେ। ଡିସେମ୍ବର ୨ ରାତିରେ ମନାଯିବ ସୁଫି ନାଇଟ୍‌।

 

 

View this post on Instagram

 

A post shared by Hansika Motwani (@ihansika)

ହଂସିକାଙ୍କ ବିବାହ ପାଇଁ ୪୫୦ବର୍ଷ ପୁରୁଣା ଦୁର୍ଗ ବୁକ୍ କରାଯାଇଥିବା ବେଳେ ଏହା ବଲିଉଡର ପରବର୍ତ୍ତୀ ଚର୍ଚ୍ଚିତ ବିବାହ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ପୂର୍ବରୁ ବିବାହ ତାରିଖ ସାମ୍ନାକୁ ଆସି ନଥିବା ବେଳେ ଏବେ ଡିସେମ୍ବର ୪ରେ ସେ ବିବାହ କରିବେ ବୋଲି ଜଣାପଡ଼ିଛି।

ଜୟପୁରରେ ହେବାକୁ ଥିବା ଏହି ବିବାହ ଉତ୍ସବରେ କେବଳ ତାଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗଦେବେ। ଡିସେମ୍ବର ୪ ତାରିଖ ସକାଳେ ହଲଦୀ ହେବା ପରେ ସନ୍ଧ୍ୟାରେ ସାତ୍ ଫେରେ ନେବେ ହଂସିକା। ହଂସିକା ପ୍ରେମିକ ସୋହେଲ କଥୁରିଆଙ୍କୁ ଦୀର୍ଘ ବର୍ଷ ଧରି ଡେଟ୍‌ କରୁଥିଲେ। ସୋହେଲ ମୁମ୍ବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ।

ସମ୍ବନ୍ଧିତ ଖବର