୬ବର୍ଷ ପୂର୍ବେ ଯାହା ବିବାହରେ ଯୋଗ ଦେଇଥିଲେ ଏବେ ତାଙ୍କୁ ବିବାହ କଲେ ହଂସିକା ମୋଟୱାନୀ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ହଂସିକା ମୋଟଓ୍ବାନୀ ଓ ବ୍ୟବସାୟୀ ‌‌ସୋହେଲ କଟୁରିୟା। ଦୀର୍ଘ ୮ବର୍ଷ ଧରି ପରସ୍ପରର ବନ୍ଧୁ ଥିବା ହଂସିକା ଓ ସୋହେଲ ଡିସେମ୍ବର ୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଦମ୍ପତି ଜୟପୁରର ମୁଣ୍ଡୋତା ଦୁର୍ଗରେ ସାରା ଜୀବନ ଏକାଠି ରହିବାକୁ ଶପଥ ନେଇଛନ୍ତି। ବିବାହ ପରେ ଦୁହିଁଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ତେବେ ହଂସିକାଙ୍କ ସ୍ବାମୀ ସୋହେଲଙ୍କ ବିଷୟରେ କିଛି ଅଜଣା କଥା ଏବେ ସାମ୍ନାକୁ ଆସିଛି। ସୋହେଲ ପୂର୍ବରୁ ବିବାହ କରିସାରିଥିଲେ। ଏହା ତାଙ୍କର ଦ୍ବିତୀୟ ବିବାହ। ୨୦୧୬ରେ ହଂସିକାଙ୍କ ବନ୍ଧୁ ରିଙ୍କି ବଜାଜଙ୍କୁ ବିବାହ କରିଥିଲେ ‌ସୋହେଲ। ଏହି ବିବାହରେ ହଂସିକା ମଧ୍ୟ ଯୋଗ ଦେଇଥିଲେ। ବିବାହର ସମସ୍ତ କାର୍ଯ୍ୟକ୍ରମରେ ହଂସିକାଙ୍କୁ ଦେଖିବାକୁ ମିଳିଥିଲା। ତେବେ ରିଙ୍କିଙ୍କଠାରୁ ସେ‌ାହେଲ ଅଲଗା ହେବାର କାରଣ ସାମ୍ନାକୁ ଆସିନଥିବା ବେଳେ ଏବେ ହଂସିକାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି ସୋହେଲ।

୨୦୧୯ରେ ହଂସିକା ଓ ସୋହେଲ ସାଙ୍ଗ ହୋଇ ଏକ ବ୍ୟବସାୟ ଆରମ୍ଭ କରିଥିଲେ। ଏହାପରଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ନଭେମ୍ବରରେ ହଂସିକା ସେ‌ାହେଲଙ୍କୁ ବିବାହ କରୁଥିବା ନେଇ ଜଣାଇଥିଲେ।

All about Hansika Motwani's fiance Sohail Kathuria's first marriage
www.siasat.com

ଦୁହିଁଙ୍କର ଅନେକ ଫଟୋ ସୋସିଆଲ ମିଡିଆ‌ରେ ଭାଇରାଲ ହୋଇଥିଲା। ପ୍ୟାରିସରେ ସୋହେଲ ହଂସିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏହାର କିଛି ଫଟୋ ଚର୍ଚ୍ଚାର ବିଷୟ ହୋଇଥିଲା।

Actor Hansika announces engagement with businessman Sohail Kathuria | The News Minute
thenewsminute
ସମ୍ବନ୍ଧିତ ଖବର