ଡିସେମ୍ବର ୪ରେ ବିବାହ କରିବେ ଅଭିନେତ୍ରୀ ହଂସିକା ମୋଟୱାନୀ

ମୁମ୍ବାଇ: ପ୍ରାୟ ଏକ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ। କିଛି ଦିନ ତ‌ଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ହଂସିକା ମୋଟୱାନୀ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ହଂସିକାଙ୍କ ବିବାହ ପାଇଁ ୪୫୦ବର୍ଷ ପୁରୁଣା ଦୁର୍ଗ ବୁକ୍ କରାଯାଇଥିବା ବେଳେ ଏହା ବଲିଉଡର ପରବର୍ତ୍ତୀ ଚର୍ଚ୍ଚିତ ବିବାହ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ପୂର୍ବରୁ ବିବାହ ତାରିଖ ସାମ୍ନାକୁ ଆସିନଥିବା ବେଳେ ଏବେ ଡିସେମ୍ବର ୪ରେ ସେ ବିବାହ କରିବେ ବୋଲି ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସର ସ୍ୱତନ୍ତ୍ର ରିପୋର୍ଟରେ ହଂସିକା ମୋଟୱାନୀଙ୍କ ବିବାହ ତାରିଖ, ତାଙ୍କ ବର କିଏ? ଓ ସେ କେଉଁଠାରେ ବିବାହ କରିବେ ସେ ବିଷୟରେ କୁହାଯାଇଛି। ଏହି ରିପୋର୍ଟରେ ବିବାହ ଉତ୍ସବ ସହ ଜଡିତ ଅନେକ ବିବରଣୀ ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ ହଂସିକାଙ୍କ ବିବାହ ଡିସେମ୍ବର ୪ରେ ହେବ କିନ୍ତୁ ବିବାହ କାର୍ଯ୍ୟ ଡିସେମ୍ବର ୨ରୁ ଆରମ୍ଭ ହେବ। ଜୟପୁରରେ ହେବାକୁ ଥିବା ଏହି ବିବାହ ଉତ୍ସବରେ କେବଳ ତାଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗଦେବେ। ଡିସେମ୍ବର ୪ତାରିଖ ସକାଳେ ହଲଦୀ ହେବା ପରେ ସନ୍ଧ୍ୟାରେ ସାତ୍ ଫେରେ ନେବେ ହଂସିକା।

livehindustan

ହଂସିକା ନିଜର ପ୍ରେମିକ ସୋହେଲ କଥୁରିଆଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଦୁହେଁ ପରସ୍ପରକୁ ବହୁ ବର୍ଷ ଧରି ଡେଟ୍ କରୁଥିବା ବେଳେ ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋହେଲ ମୁମ୍ବାଇର ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି। ତେବେ ବିବାହକୁ ନେଇ ଏତେ ଚର୍ଚ୍ଚା ହେଉଥିବା ବେଳେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ହଂସିକା।

ସମ୍ବନ୍ଧିତ ଖବର