ଛୋଟେ ନବାବ ସୈଫ୍ ଅଲ୍ଲୀ ଖାନ୍ଙ୍କ ଜନ୍ମ ଦିନ ଅବସରରେ ଝିଅ ସାରା କିଛି ପୁରୁଣା ସ୍ମୃତିକୁ ତାଜା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସାରା ନିଜ ପିତା ସୈଫ୍ଙ୍କ ସହ ବିଭିନ୍ନ ଫଟୋ ଛାଡ଼ି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। କୁନି ସାରାଙ୍କୁ ସୈଫ୍ କୋଳାଇ ଧରିଥିବାର ଫଟୋଠାରୁ ଆରମ୍ଭ କରି ଏବେର ଉଭୟଙ୍କ ସେଲ୍ଫି ପର୍ଯ୍ୟନ୍ତ ବିଭିନ୍ନ ସ୍ମୃତିଭରା ଫଟୋ ସେ ନିଜ ଇନ୍ଷ୍ଟା ଆକାଉଣ୍ଟ୍ରେ ପୋଷ୍ଟ କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। କେବଳ ସାରା ନୁହନ୍ତି, ପୁଅ ଇବ୍ରାହିମ୍ ଓ ବେବୋ ମଧ୍ୟ କିଛି ପୁରୁଣା ଫଟୋ ଛାଡ଼ି ସୈଫ୍ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ବେବୋ ମଧ୍ୟ ଏକ ସ୍ବତନ୍ତ୍ର ଭିଡିଓ ପ୍ରସ୍ତୁତ କରି ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଭିଡିଓଟି ୨୨ ମିନିଟ୍ର ହୋଇଥିଲେ ମଧ୍ୟ ଏହା ଅଧୁରା ଓ ଆହୁରି ଅନେକ କିଛି ବାକି ରହିଗଲା ବୋଲି କରୀନା ଏଥିରେ ଉଲ୍ଲେଖ କରିଛନ୍ତି। ଭିଡିଓଟିରେ ସୈଫ୍ଙ୍କ ଆଜି ପର୍ଯ୍ୟନ୍ତର ଜୀବନଯାତ୍ରାର ସମସ୍ତ ଫଟୋ ରହିଛି। ତାଙ୍କ ପିଲା ଦିନ, ପିତା ମନସୁର୍ ଅଲ୍ଲୀ ପଟୌଦୀ ଓ ମା’ ଶର୍ମିଳା ଟାଗୋରଙ୍କ ସହ ତାଙ୍କ ସ୍ମୃତିଭରା ସମୟ, ବେବୋଙ୍କ ସହ ସେ ବିତାଇଥିବା ସମସ୍ତ ସମୟ ଓ ପୁଅ ଇବ୍ରାହିମ, ଝିଅ ସାରା ଅଲ୍ଲୀ ଖାନ୍ ଓ ତୈମୁରଙ୍କ ସହ ତାଙ୍କର ସମସ୍ତ ଫଟୋ ଏବଂ ପଟୌଦୀ ପ୍ୟାଲେସରେ ଜୀବନଶୈଳୀର ସମସ୍ତ ଫଟୋ ଏହି ୨୨ ମିନିଟର ଭିଡିଓରେ ରହିଛି।