ମୁମ୍ବାଇ : ବିବାହ ପରେ ଆମେରିକାରେ ରହିବାକୁ ଚାଲି ଯାଇଥିଲେ ମଧ୍ୟ ଭାରତ ଓ ତା’ର ପରମ୍ପରାକୁ ଭୁଲି ନାହାନ୍ତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଆମେରିକୀୟ କଣ୍ଠଶିଳ୍ପୀ ନିକ୍ ଜୋନସଙ୍କୁ ବିବାହ କରିବା ପରେ ଏବେ ସେ ଆମେରିକାରେ ତାଙ୍କ ସହ ରହୁଛନ୍ତି । କିନ୍ତୁ ସବୁ ସମୟରେ ସେ ଭାରତର ପ୍ରତିଟି ପର୍ବପର୍ବାଣୀକୁ ଖୁସିର ସହ ପାଳନ କରୁଥିବା ଦେଖାଯାଇଛି । ପୂର୍ବରୁ ତାଙ୍କର ଅନେକ ଝଲକ ସାମ୍ନାକୁ ଆସିଥିବା ବେଳେ ଏବେ ସେ ନିଜ ସ୍ୱାମୀ ନିକ୍ଙ୍କ ସହ ଦୀପାବଳି ପାଳନ କରିଥିବା ଜଣା ପଡ଼ିଛି । ନିକ୍ଙ୍କୁ ବିବାହ କରିବା ପରେ ଏହା ଦୁହିଁଙ୍କର ପ୍ରଥମ ଦୀପାବଳି । ଯାହାକୁ ଦୁହେଁ ଖୁବ୍ ଧୁମ୍ଧାମ୍ରେ ପାଳନ କରିଛନ୍ତି ।
ପ୍ରିୟଙ୍କା ନିଜ ଇନ୍ଷ୍ଟା ଆକାଉଣ୍ଟରେ ଦୀପାବଳି ପାଳନର ଫଟୋ ସେୟାର କରିବା ପରେ ଫଟୋଟି ଏବେ ଲୋକପ୍ରିୟ ହେବାରେ ଲାଗିଛି । ଫଟୋ ସେୟାର କରି ସେ ନିଜର ପ୍ରଶଂସକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।