ମହିଳାମାନେ ପୁରୁଷଙ୍କ ସହ ସମାନ ନୁହନ୍ତି – ଭିଡିଓରେ କହିଲେ ବିରାଟ

ଗତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜ ମାତା ଏବଂ ପ୍ରେମିକା ଅନୁଷ୍କା ଶର୍ମାଙ୍କୁ ଭାଗ୍ୟଶାଳୀ କହିବା ସହ ଧନ୍ୟବାଦ ଜଣାଇଥିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଚଳିତ ବର୍ଷ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ବିରାଟ କୋହଲି, ଯେଉଁଥିରେ ସେ ମହିଳାମାନଙ୍କୁ ପୁରୁଷଙ୍କ ସହ ସମାନ ଭାବି ନଥାନ୍ତି ବୋଲି କହିଛନ୍ତି । ତେବେ ଏହାର କାରଣ କ’ଣ ଜାଣିବା ଆସନ୍ତୁ ।

The Indian Express

‘ସାଧାରଣତଃ ମହିଳାମାନଙ୍କୁ ପୁରୁଷଙ୍କ ସହିତ ସମାନ କୁହାଯିବା ସହ ତାଙ୍କୁ ପୁରୁଷଙ୍କ ସହ ତୁଳନା କରାଯାଇଥାଏ । କିନ୍ତୁ ପ୍ରକୃତରେ ମହିଳାମାନଙ୍କର ସ୍ଥାନ ପୁରୁଷମାନଙ୍କ ଠାରୁ ବହୁତ ଉଚ୍ଚରେ । ଯୌନ ଉତ୍ପୀଡ଼ନ, ପାରିବାରିକ କଳହ ଏବଂ ଏତେ ଭେଦଭାବ ପରେ ମଧ୍ୟ ମହିଳାମାନେ ଆଗକୁ ବଢ଼ିବାରେ ଲାଗିଛନ୍ତି । ତେବେ ସେମାନେ ପୁରୁଷଙ୍କ ସହିତ ସମାନ କିପରି ହେଲେ? ସେମାନେ ନିଶ୍ଚିତ ଭାବେ ପୁରୁଷଙ୍କ ଠାରୁ ଉଚ୍ଚରେ ବୋଲି ଭିଡ଼ିଓରେ କହିଛନ୍ତି କ୍ରିକେଟର ବିରାଟ କୋହଲି ।

ଏହି ଭିଡ଼ିଓ ସେ ନିଜ ପତ୍ନୀ ତଥା ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଟ୍ୟାଗ କରିଛନ୍ତି । ଏଥିରେ ବିରାଟ ତାଙ୍କର ପ୍ରଶଂସକ ଏବଂ ଫଲୋୟର୍ସ ମାନଙ୍କୁ ଅନୁରୋଧ କରିଛନ୍ତି ସେମାନେ ମଧ୍ୟ ତାଙ୍କ ଜୀବନରେ ଥିବା ଅଦ୍ଭୁତ ମହିଳାଙ୍କୁ ଏଥିରେ ଟ୍ୟାଗ କରି ମହିଳା ଦିବସରେ ତାଙ୍କୁ ଧନ୍ୟବାଦ ଜଣାନ୍ତୁ ।

ସମ୍ବନ୍ଧିତ ଖବର