ମୁମ୍ବାଇ : ବଲିଉଡ୍‌ କଣ୍ଠଶିଳ୍ପୀ ଏବଂ ରାପର ହାର୍ଡ କୌର ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆର୍‌ଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ହାର୍ଡ କୌର । ଯାହା ପରେ ତାଙ୍କୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏବେ ସେ ପୁଣି ବଲିଉଡ୍‌ କଳାକାରଙ୍କୁ ଟାର୍ଗେଟ କରିଥିବା ଦେଖା ଯାଇଛି । ନିଜ ଇନ୍‌ଷ୍ଟା ଆକଉଣ୍ଟ ଜରିଆରେ ସେ ବିଗ୍‌ ବି ଓ ଅକ୍ଷୟ କୁମାରଙ୍କ ସମେତ ଅନୁପମ ଖେର୍‌ ଏବଂ ଚେତନ ଭଗତଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ପେଟ୍ରୋଲ ଦର ବଢ଼ିଥିବା ବିଷୟକୁ ଆଲୋଚନା କରିବା ସହ ସେ ଏହି ସବୁ କଳାକାରଙ୍କୁ ସମାଲୋଚନା କରିଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି କଳାକାରମାନେ କୌଣସି ପ୍ରତିକ୍ରିୟା ଦେଇ ନଥିବା ଦେଖା ଯାଇଛି ।

Advertisment

publive-image bollywoodtadka.i

ହାର୍ଡ କୌର ସେୟାର କରିଥିବା ଫଟୋରେ, ବିଗ୍‌ ବି, ଅକ୍ଷୟ, ଅନୁପମ ଖେର, ଚେତନ ଭଗତ ଏବଂ ବିବେକ ଅଗ୍ନିହୋତ୍ରୀ ନାମ ଲେଖା ଯାଇଥିବା ବେଳେ ଉପରେ, ଏହି ଲୋକମାନେ କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଦର ବଢ଼ିବାରୁ ହଙ୍ଗାମା କରିଥିଲେ । କିନ୍ତୁ ଏବେ ବିଜେପି ସରକାର ଦର ବଢ଼ାଇବା ପରେ ଏମାନେ ମୁହଁ ବନ୍ଦ କରି ବସିଛନ୍ତି ବୋଲି ଲେଖିଥିଲେ । ଏହି ଫଟୋରେ ସେଲିବ୍ରିଟିମାନଙ୍କର ପୁରୁଣା ଟୁଇଟ୍‌କୁ ମଧ୍ୟ ଯୋଡ଼ା ଯାଇଥିବା ଦେଖା ଯାଇଛି ।

publive-image bollywoodtadka.in