ବିବାଦ ପରେ ପୁଣି ଥରେ ସାଥୀରେ ନଜର ଆସିଲେ କରଣ-ପାଣ୍ଡ୍ୟା, ଭାଇରାଲ ହେଉଛି ଆକାଶ ଅମ୍ବାନୀଙ୍କ ବିବାହରେ ଦୁହେଁ ନାଚୁଥିବାର ଭିଡିଓ

ମୁମ୍ବାଇ : ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅମ୍ବାନୀ ପରିବାର ବଡ଼ ପୁଅ ଆକାଶ ଅମ୍ବାନୀ । ନିଜ ଛୋଟ ବେଳର ବନ୍ଧୁ ଏବଂ ପ୍ରେମିକା ଶ୍ଲୋକା ମେହେତାଙ୍କୁ ସେ ମୁମ୍ବାଇସ୍ଥିତ ଜିଓ ଓ୍ଵାର୍ଲଡ୍‌ ସେଣ୍ଟରରେ ବିବାହ କରିଥିଲେ । ଏହି ବିବାହରେ ଅନେକ ବଡ଼ ବଡ଼ ରାଜନେତା, ବ୍ୟବସାୟୀ ଏବଂ ବଡ଼ ବଡ଼ କଳାକାରମାନେ ଯୋଗ ଦେଇଥିବା ବେଳେ ବିବାଦୀୟ ଯୋଡ଼ି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଏବଂ କ୍ରକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାଥୀରେ ଦେଖିବାକୁ ମିଳିଥିଲା । ବିବାହରେ ଦୁହିଁଙ୍କୁ ସାଥୀରେ ନାଚୁଥିବାର ଦେଖା ଯାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ମୁତାବକ, କରଣଙ୍କ ଚାଟ୍‌ ସୋ’ କଫି ଉଇଥ୍‌ କରଣରେ ଯୋଗ ଦେଇ ମହିଳାମାନଙ୍କ ବିରୋଧରେ ଅପମାନଜନକ ବୟାନ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଯାହା ପରେ କିଛି ସମୟ ପାଇଁ ତାଙ୍କୁ କ୍ରିକେଟ ଖେଳିବା ଉପରେ ପ୍ରତିବନ୍ଧକ ଲଗାଯିବା ସହ ଦେଶରେ ତାଙ୍କୁ କଡ଼ା ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ସୋ’ ପରେ ଦୁହିଁଙ୍କୁ ସାଥୀରେ ଦର୍ଶକ ଦେଖି ନଥିବା ବେଳେ ଅମ୍ବାନୀ ପରିବାରର ବିବାହ ଉତ୍ସବରେ ଦୁହେଁ ପୁଣି ସାଥୀରେ ନଜ ଆସି ସମସ୍ତଙ୍କୁ ଚମକାଇଛନ୍ତି ।

ସମ୍ବନ୍ଧିତ ଖବର