ସର୍ଜରୀ ପରେ ହାର୍ଦ୍ଦିକଙ୍କୁ ଭେଟିବାକୁ ଲଣ୍ଡନ ପହଞ୍ଚିଲେ ନିତା ଆମ୍ବାନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଲଣ୍ଡନରେ ପିଠିର ସଫଳ ସର୍ଜରି ପରେ ଏବେ ଚଲାବୁଲା କରିପାରୁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗତ ଗୁରୁବାର ନିଜର ଅଧିକାରିକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନିତା ଆମ୍ବାନୀଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ହାର୍ଦ୍ଦିକ ନିତାଙ୍କ ଲଣ୍ଡନ ଆସିବାକୁ ନେଇ ଧନ୍ୟବାଦ ଜଣାଇଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଫଟୋ ସହିତ ଲେଖିଛନ୍ତି, ଲଣ୍ଡନ ଆସି ମୋତେ ଦେଖା କରିଥିବାରୁ ଧନ୍ୟବାଦ ଭାବୀ । ଆପଣ ଆସିବା ମୋତେ ବହୁତ ଭଲ ଲାଗିଲା। ଆପଣଙ୍କ ଶୁଭକାମନା ଓ ପ୍ରୋତ୍ସାହନ ଭରା ଶବ୍ଦ ମୋ ପାଇଁ ବହୁତ ଗୁରୁତ୍ୱ ରଖୁଛି।

ଗତ ମଙ୍ଗଳବାର ରାତିରେ ନିଜ ଟୁଇଟର ହ୍ୟାଣ୍ଡଲରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭିଡିଓ ସେୟାର୍‌ କରିଥିଲେ, ଯେଉଁଥିରେ ସେ ହସ୍ପିଟାଲ୍‌ ବେଡରୁ ଉଠି ଧିରେଧିରେ ଚାଲୁଥିବା ଦେଖାଯାଉଛନ୍ତି ଏବଂ ଏହାପରେ ହୁଇଲ ଚେୟାରରେ ବସୁଥିବା ନଜର ଆସୁଛନ୍ତି । ଫିଜିଓଥେରାପିଷ୍ଟ ଯୋଗେଶ୍‌ ପରମାର୍‌ ତାଙ୍କ ସହ ଲଣ୍ଡନରେ ନଜର ଆସୁଛନ୍ତି ।

ସମ୍ବନ୍ଧିତ ଖବର