ଭାଇ ହବ ତ ଏମିତି ! ଦୁଇ ଭଉଣୀଙ୍କ ନାଁ ପିଠିରେ ଟାଟୁ କରି ଚର୍ଚ୍ଚାରେ ହର୍ଷବର୍ଦ୍ଧନ

ମୁମ୍ବାଇ : ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନ କପୁର ନିଜ ଇନ୍‌ଷ୍ଟା ଆକାଉଣ୍ଟରେ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ପୋଷ୍ଟ କରିଥିବା ଫଟୋରେ ତାଙ୍କ ପିଠିରେ କରିଥିବା ଟାଟୁକୁ ଦେଖାଇଛନ୍ତି । ତେବେ ଟାଟୁ ସେ କୌଣସି ପ୍ରେମିକାଙ୍କ ପାଇଁ ନୁହେଁ ବରଂ ନିଜର ଦୁଇ ଭଉଣୀଙ୍କ ପାଇଁ କରିଥିବା ଦେଖାଯାଇଛି । ପିଠିର ଗୋଟେ ପାର୍ଶ୍ୱରେ ରିୟା ଲେଖାଥିବା ବେଳେ ଅନ୍ୟ ପାର୍ଶ୍ୱରେ ସୋନମ ଲେଖାଯାଇଛି । ଫଟୋକୁ ସେ ନିଜର ଦୁଇ ଭଉଣୀଙ୍କୁ ଟ୍ୟାଗ୍‌ କରିିବା ସହ କ୍ୟାପ୍‌ସନରେ ‘ଭି ଟାପର, #ମନ୍‌ଡିମୋଟିଭେସନ’ ଲେଖିଛନ୍ତି ।

 

 

View this post on Instagram

 

V taper #mondaymotivation @sonamkapoor @rheakapoor

A post shared by Harsh Varrdhan Kapoor (@harshvarrdhankapoor) on

ତେବେ ହର୍ଷବର୍ଦ୍ଧନଙ୍କ ଏଭଳି ନିଆରା ଅନ୍ଦାଜ ତାଙ୍କ ପ୍ରଶଂସକକୁ ମଧ୍ୟ ଖୁବ୍‌ ପସନ୍ଦ ଆସିଥିଲା । ଫଟୋ ସେୟାର କରାଯିବାର ଦୁଇ ଘଣ୍ଟା ପରେ ୨୦,୦୦୦ରୁ ଅଧିକ ଲାଇକ୍‌ ଆସି ଯାଇଥିଲା । ଲୋକେ ତାଙ୍କର ପ୍ରଶଂସା କରିବା ସହ କିଛି ଭାଇ ହବ ତ ଏମିତି ଲେଖିଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର