ମୁମ୍ବାଇ : କିଛି ଦିନ ତଳେ ଟକ୍ ସୋ’ ‘କଫି ଉଇଥ୍ କରଣ’ରେ ପହଞ୍ଚି ଥିଲେ କପୁର ଭାଇ-ଭଉଣୀ । ପ୍ରଥମ ଥର ପାଇଁ ହର୍ଷବର୍ଦ୍ଦନ କପୁର, ରେହା କପୁର ଏବଂ ସୋନମ କପୁରଙ୍କୁ ସାଥୀରେ ଦେଖିବାକୁ ପାଇଥିଲେ ଦର୍ଶକେ । ଏହି ସୋ’ରେ ଯୋଗ ଦେଇ ୩ଜଣ ନିଜ ନିଜ ଜୀବନର ଅନେକ ରାଜ୍ ଖୋଲିଥିଲେ ।
/sambad/media/post_attachments/wp-content/uploads/2018/12/download-101.jpg) Bollywood Bubble
 Bollywood Bubbleଏହି ସମୟରେ ହର୍ଷଙ୍କୁ ଫିଲ୍ମ ‘ରାମ୍-ଲୀଲା’ର ରିମେକ୍ କରାଗଲେ ସେ ନିଜର ଲୀଲା ହିସବାରେ କାହାକୁ ଦେଖିବାକୁ ଚାହିଁବେ ବୋଲି ପଚରା ଯାଇଥିଲା । ଯାହାର ଉତ୍ତରରେ ହର୍ଷ କିଙ୍ଗଖାନ୍ ଶାହାରୁଖ୍ଙ୍କ ଝିଅ ସୁହାନା ଖାନ୍ଙ୍କ ନାଁ ନେଇଥିଲେ । ଯଦି ମୁଁ ରାମ ହୁଏ ତେବେ ମୋର ଲୀଲା ସୁହାନା ହୁଅନ୍ତୁ ବୋଲି ମୁଁ ଚାହିଁବି । ‘ରାମ୍ ଲଖନ୍’ର ରିମେକ୍ ହେଲେ ମୁଁ ରଣବୀର କପୁରଙ୍କ ସହ କାମ କରିବା ସହ ‘କରଣ-ଅର୍ଜୁନ’ର ରିମେକ୍ରେ ଅର୍ଜୁୁନ ଭୂମିକାରେ ମୁଁ ଟାଇଗର ସରଫ୍ଙ୍କୁ ଦେଖିବାକୁ ଚାହିଁବି ବୋଲି ହର୍ଷ କହିଥିଲେ । ହର୍ଷଙ୍କ ଏଭଳି ଉତ୍ତର କରଣଙ୍କୁ ଖୁସି କରାଇ ପାରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/748085-harshvardhan-kapoor-koffee_5c29e168a1142.jpg)
