ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ୍‌ ଓ ତାଙ୍କ ଧର୍ମପତ୍ନୀ  ଚାରୁ ଅସୋପାଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିବା କଥା ତ ଆପଣ ଶୁଣିଥିବେ। ପ୍ରେମ ବିବାହ କରିବା ସତ୍ତ୍ବେ ସେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇ  ସେମାନେ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିବା ନିକଟରେ ଜୋର୍‌ସୋର୍‌ରେ ଚର୍ଚ୍ଚା ‌ହେଉଥିଲା।

Advertisment

ଏବେ ପୁଣି ଥରେ ଏହି ଦମ୍ପତି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ ରାଜୀବ ଓ ଚାରୁଙ୍କୁ ଏକ ପାରିବାରିକ ଉତ୍ସବରେ ଏକାସାଥିରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ଯେ କ’ଣ ଚାରୁ ଓ ରାଜୀବଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଖବର ଗୁଜବ ଥିଲା?

କିଛି ଦିନ ତଳେ ଚାରୁ ଅସୋପା ଝିଅ ଜିଆନାଙ୍କୁ ନେଇ ରାଜୀବଙ୍କ ଘରେ ପହଞ୍ଚିଥିଲେ। ଏହାପରେ ତାଙ୍କ ଏବେ ଏକ ପାରିବାରିକ ବିବାହରେ ଦେଖିବାକୁ ମିଳିଛି। ରାଜୀବ ସେନ୍‌ ସୋସିଆଲ୍‌ ମିଡିଆରେ ବିବାହ ଉତ୍ସବର କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରାଜୀବଙ୍କର ପୂରା ପରିବାର ଆନନ୍ଦିତ ଥିବା ଦେଖିବାକୁ ମିଳିଛି।

ରାଜୀବ ଓ ଚାରୁଙ୍କ ସହ ସୁସ୍ମିତା ସେନ୍‌, ତାଙ୍କର ୨ ଝିଅ ଓ ସୁସ୍ମିତାଙ୍କ ପୂର୍ବ ପ୍ରେମିକ ରହମନ ସଲ୍‌ଙ୍କୁ ବି କୋଲ୍‌କାତାରେ ଆୟୋଜିତ ଉକ୍ତ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା। ତେବେ ଏ ସମସ୍ତଙ୍କୁ ଏକାସାଥିରେ ଦେଖି ପରିବାରରେ ସବୁ କିଛି ଠିକ୍‌ ହୋଇଗଲାଣି ବୋଲି ଅନୁମାନ କରାଯାଉଛି।