ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗାଜିଆବାଦ ପୁଲିସ ହରିୟାଣଭି ସିନେମା ଓ ଅଲବମ ଜଗତର ଲୋକପ୍ରିୟ ଅଭିନେତା ତଥା ନିର୍ମାତା ନିର୍ଦ୍ଦେଶକ ଉତ୍ତର କୁମାରଙ୍କୁ ଦୁଇଦିନ ତଳେ ଗିରଫ କରିଥିବା ବେଳେ ସେପ୍ଟେମ୍ବର ୯ ତାରିଖ‌ରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ଜେଲ ପଠାଇ ଦିଆଯାଇଛି।

Advertisment

ଗାଜିଆବାଦ ପୁଲିସ ଏସସି/ଏସଟି ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ଅମରୋହାସ୍ଥିତ ଫାର୍ମ ହାଉସରୁ ଉତ୍ତରଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିନେତାଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଉତ୍ତରଙ୍କୁ ଏମଏମଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ସାମ୍ନାକୁ ଆସିବା ପରେ କୁମାରଙ୍କୁ ‌କୋର୍ଟରେ ହାଜର କରାଯାଇଥିଲା। ଏଠାରେ ତାଙ୍କୁ ଜେଲ ପଠାଇ ଦିଆଯିବାର ଆଦେଶ ମିଳିଥିଲା।

ପୀଡ଼ିତା ଅଭିନେତ୍ରୀ ଅଭିଯୋଗ କରି କହିଥିଲେ, କାମ ଦେବାର ଲୋଭ ଦେଖାଇ ଉତ୍ତର ମୋତେ ଲଗାତାର ଯୌନ ଶୋଷଣ କରୁଥିଲେ। ୨୦୨୩ ମସିହାରେ ଫିଲ୍ମର ସଫଳତା ପାର୍ଟି ପରେ ଉତ୍ତର କୁମାର ‌ମୋ ସହିତ ଦୁଷ୍କର୍ମ କରି ବ୍ଲାକମେଲ୍ କରିବା ଆରମ୍ଭ କରି ଦେଇଥିଲେ।’

ପୀଡ଼ିତାଙ୍କ ଏଭଳି ଅଭିଯୋଗକୁ କେନ୍ଦ୍ର କରି ଉତ୍ତରଙ୍କ ପରିବାରବର୍ଗ ଓ ସମର୍ଥକ  କହିଛନ୍ତି, ‘ ପୀଡ଼ିତା କରିଥିବା ଅଭିଯୋଗର ପୁଲିସ କରୁଥିବା ତଦନ୍ତରେ ଉତ୍ତର ସମ୍ପୂର୍ଣ୍ଣ ସହଯୋଗ କରୁଥିଲା। ପୀଡ଼ିତା ଆତ୍ମଦାହ କରିବା ଧମକ ଦେବା ପରେ ପୁଲିସ ଉପରେ ଚାପ ପଡ଼ିଥିଲା। ତେଣୁ ପୁଲିସ ଆଉ କିଛି ଚିନ୍ତା ନପରି ଉତ୍ତରକୁ ସିଧାସଳଖ ତାର ଫାର୍ମ ହାଉସରୁ ଗିରଫ କରିଥିଲା। ଆମ ପୁଅ ପ୍ରତି ଅନ୍ୟାୟ ହୋଇଛି।’