ଆସନ୍ତା ବର୍ଷ ମାର୍ଚ୍ଚରେ ରିଲିଜ୍‌ ହେବ ‘ହେଟ୍‌ ଷ୍ଟୋରି-୪’!

ବଲିଉଡ଼୍‍ ଆକ୍‌ଟ୍ରେସ୍‌ ଉର୍ବଶୀ ରୌତେଲାଙ୍କ ଅଭିନୀତ ଫିଲ୍ମ ‘ହେଟ୍‌ ଷ୍ଟୋରି-୪’ ଆସନ୍ତା ବର୍ଷ ମାର୍ଚ୍ଚ ୨ ତାରିଖରେ ରିଲିଜ୍‌ ହେବ, ଯାହାକୁକି ନେଇ ଶନିବାର ବଲିଉଡ଼୍‍ର ଏହି ହଟ୍‌ ଆଣ୍ଡ୍‌ ସେକ୍ସି ଆକ୍‌ଟ୍ରେସ୍‌ ଜଣକ ତାଙ୍କର ଟ୍ଵିଟ୍‌ର୍‌ରେ ଦର୍ଶକଙ୍କ ଲାଗି ସେୟାର୍‌ ମଧ୍ୟ କରିଛନ୍ତି। ଏଥିରେି ସେ ଉଲ୍ଲେଖ କରିଛନ୍ତି କି ‘ଇସ୍‌ ବାର୍‌ ନଫରତ୍‌ ଔର୍‌ ଭୟାନକ୍‌ ହୋଗି’।

ତେବେ ଆପଣଙ୍କ ସୂଚନା ଲାଗି ଜଣାଉଛୁକି ,ପଂଜାବୀ ଫିଲ୍ମ ଯଥା- ‘ଡ଼ାଡ଼ି କୁଲ୍‌ ମୁଂଡ଼େ ଫୁଲ୍‌’ ଏବଂ ‘ଟାଇଗର୍‌’ଭଳି ଫିଲ୍ମରେ ଅଭିନୟ କରିସାରି ନିଜ ଅଭିନୟର କରିସ୍ମା ଦେଖାଇସାରିଥିବା ହଟ୍‌ ଅଭିନେତ୍ରୀ ଇଶାନା ଦିଲ୍ଲୋଂ ‘ହେଟ୍‌ ଷ୍ଟୋରୀ-୪’ ଜରିଆରେ ବଲିଉଡ଼୍‍ରେ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏତଦ୍‌ବ୍ୟତୀତ ଉକ୍ତ ଫିଲ୍ମ ‘ହେଟ୍‌ ଷ୍ଟୋରି-୪’ରେ କରଣ ବାହୀ,ସୁରଜ ପାଂଚୋଲି ଏବଂ ଗୁର୍‌ମିତ୍‌ ଚୌଧୁରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ବିଶାଲ୍‌ ପାଣ୍ଡ୍ୟା ଦେଉଥିବାବେଳେ,ଏହାର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇଗଲାଣି।

 

ସମ୍ବନ୍ଧିତ ଖବର