ଲୁଧିଆନା: ପଞ୍ଜାବର କ୍ୟାଟ୍ରିନା ଭାବେ ବେଶ ଜଣାଶୁଣା ଅଭିନେତ୍ରୀ ଶେହନାଜ୍ କୌର ଗିଲ୍ ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି । ଏକ ବିଶେଷ ଢଙ୍ଗରେ ଅଭିନେତ୍ରୀ ଶେହନାଜଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଭାଇ ଶାହାବାଜ୍ । ଇନଷ୍ଟାଗ୍ରାମରେ ଶାହାବାଜ୍ ଏକ ଭିଡିଓ ସେୟାର କରିଛନ୍ତି ।
ଶାହାବାଜ୍ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ''ଜନ୍ମଦିନର ଶୁଭେଚ୍ଛା ମୋ ଭଉଣୀ ଶେହନାଜ୍ ଗିଲ୍।'' ସେୟାର ହୋଇଥିବା ଭିଡିଓରେ ଶେହନାଜ୍ କେକ୍ କାଟିଥିବାର ନଜର ଆସିଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତେ ଶେହନାଜଙ୍କ ପାଇଁ 'ଶୁଭ ଜନ୍ମଦିନ'ର ଗୀତ ଗାଇଥିଲେ । ଗୋଲାପୀ ରଙ୍ଗର ପୋଷାକରେ ଶେହନାଜ ବେଶ୍ ଆକର୍ଷଣୀୟ ଦିଶୁଥିଲେ।
ଆମେ ଆପଣଙ୍କୁ କହିରଖୁଛୁ ଯେ, ଅଭିନେତ୍ରୀ ଶେହନାଜ୍ ତାଙ୍କ ଜନ୍ମଦିନରେ ସକାଳୁ ସକାଳୁ ଗୁରୁଦ୍ୱାରରେ ପହଞ୍ଚିଥିଲେ । ଇନଷ୍ଟାଗ୍ରାମର ଷ୍ଟୋରିରେ ଗୁରୁଦ୍ୱାରର ଏକ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । ଏଥିସହ ଶେହନାଜ୍ ତାଙ୍କ ଆଗାମୀ ଫିଲ୍ମ 'ଇକ କୁଡି'ର ପୋଷ୍ଟର ସେୟାର କରିଥିଲେ । ତାଙ୍କ ଫିଲ୍ମ 'ଇକ କୁଡି' ୧୩ ଜୁନରେ ରିଲିଜ ହେବ ବୋଲି ଅଭିନେତ୍ରୀ ଜଣାଇଥିଲେ । ଅମରଜିତ ସିଂ ସରୋନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଇକ କୁଡି'ରେ ଶେହନାଜ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/28/JeLFQhYTjCrNgqg3Kk7w.jpg)