ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ବଲିଉଡ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କ ଗତରବିବାର ନଭେମ୍ବର ୩ ତାରିଖ ବିଳମ୍ବିତ ରାତି ଦେହାନ୍ତ ହୋଇଛି। 

Advertisment

ହେଲେନା ‘ଆଓଁ ପ୍ୟାର କରେଁ’, ‘ଦୋ ଗୁଲାବ’ ଏବଂ ‘ସାଥ ସାଥ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅମିତାଭ ବଚ୍ଚନଙ୍କ ସହ ହେଲେନାଙ୍କୁ ଫିଲ୍ମ 'ମର୍ଦ'ରେ କାମ କରିବାର ସୁଯୋଗ ମିଳିଥିଲା। ଏହି ଚଳଚ୍ଚିତ୍ରରେ ବ୍ରିଟିଶ ରାଣୀ ଭୂମିକାରେ ଅଭିନୟ କରି ହେଲେନା ଖୁବ ଲୋକପ୍ରିୟତା  ସାଉଁଟିଥିଲେ।

ହେଲେନା ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ସ୍ତ୍ରୀ। ହେଲେନାଙ୍କ ସହିତ ଛାଡ଼ପତ୍ର ପରେ ମିଥୁନ ଯୋଗିତା ବାଲିଙ୍କୁ ବିବାହ କରିଥିଲେ ।  ଏକ ସାକ୍ଷାତକାରେ ମିଥୁନଙ୍କ ସହିତ ବିବାହକୁ ନେଇ ହେଲେନାଙ୍କୁ ପ୍ରଶ୍ନ କରାଯିବାରୁ ସେ ଦୀର୍ଘ ନିଶ୍ବାସ ନେଇ କହିଥିଲେ, ‘ମିଥୁନଙ୍କୁ ବିବାହ କରିବା ମୋ ଜୀବନର ସବୁଠାରୁ ବଡ଼ ଭୁଲ ଥିଲା। 

ମିଥୁନଙ୍କ ପ୍ରେମରେ ପଡି କିଛିଦିନ ଡେଟିଂ କରିବା ପରେ ଆମର ୧୯୭୯ ମସିହାରେ ବିବାହ ହୋଇଥିଲା । ବିବାହର ୪ମାସ ପରେ ମୋର ମିଥୁନଙ୍କ ସହିତ ଛାଡ଼ପତ୍ର ହୋଇଯାଇଥିଲା। 

ବିବାହ ପୂର୍ବରୁ ମିଥୁନ ମୋ ବାପାଙ୍କୁ କଥା ଦେଇଥିଲେ କି ମୋତେ ସେ ରାଣୀ କରି ରଖିବେ। ମୋର ସମ୍ପୂର୍ଣ୍ଣ ଯତ୍ନ ନେବେ ଖୁସିରେ ରଖିବେ। ଏସବୁ କଥାରୁ ସେ ଗୋଟିଏ ବି ରକ୍ଷା କରି ପାରିଲେ ନାହିଁ। ମୁଁ ତାଙ୍କ ଉପରେ ପୁରା ବିଶ୍ବାସ କରି ଯାଇଥିଲି। କିନ୍ତୁ ଜାଣି ନଥିଲି ଏସବୁ ତାଙ୍କର ଅଭିନୟ ଥିଲା। ମୁଁ ଯେତେବେଳେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଚିହ୍ନିଲି ସେ ଜଣେ ସ୍ବାର୍ଥପର ମଣିଷ ବୋଲି ଜାଣିଲି। ସେ ନିଜ ଛଡ଼ା ଆଉ କାହାକୁ ଭଲ ପାଆନ୍ତି ହିଁ ନାହିଁ।’

ଅଧିକପଢ଼ନ୍ତୁ:ପାଠ ନପଢ଼ି ବିଦେଶୀ ପର୍ଯ୍ୟଟକଙ୍କ ସହିତ ଏକାଧିକ ଭାଷାରେ କଥା ହୁଅନ୍ତି ଲାଲା