ଅସହାୟଙ୍କ ସହାୟ

ଅସହାୟଙ୍କ ସହାୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କୋଭିଡ୍-୧୯ର ପ୍ରଥମ ଲହରରେ ମୁକ୍ତିଲାଭ କରିଥିଲା ବର୍ଷାଙ୍କ ମ୍ୟୁଜିକ୍ ଭିଡିଓ ‘କିଛି ମାଗୁନାହିଁ ତତେ’। ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଥିଲେ ଏସିଡ୍‌ ପୀଡିତା ପ୍ରମୋଦିନୀ ଓ ଦୃଷ୍ଟିବାଧିତ ଏବଂ ଦିବ୍ୟାଙ୍ଗମାନେ। ନମିତାଙ୍କ କଣ୍ଠରେ ରେକର୍ଡ ହୋଇ ଏ ଗୀତଟି ବେଶ୍ ଆଦୃତ ହୋଇଥିଲା।

ଓଡ଼ିଶାର ରାନୁ ମଣ୍ତଳ ଭାବେ ପରିଚିତ ନମିତାଙ୍କୁ ଗାଇବାର ସୁଯୋଗ ଦେଇଥିଲେ ବର୍ଷା। ବର୍ଷା ସୋସିଆଲ୍‌ ମିଡିଆରେ ନମିତାଙ୍କ କଣ୍ଠସ୍ବର ଶୁଣି ବେଶ୍ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଭଜନ ତଥା ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଭଜନର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ୍ ଆନନ୍ଦ। ଗୀତ ରଚନା କରିଥିଲେ ବିଜୟ ମଲ୍ଲ। ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଦେବାଶିଷ ସାହୁ। ବିଶେଷ ସହାୟତା କରିଥିଲେ କଟକ ସ୍ଥିତ ଆଶ୍ରୟ ସ୍କୁଲର ଶିକ୍ଷୟିତ୍ରୀ ସୁଜାତା ପଟ୍ଟନାୟକ ଓ ସୁସ୍ମିତା।

ସମ୍ବନ୍ଧିତ ଖବର