ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କର ଦ୍ରିଶା ଆଚାର୍ଯ୍ୟଙ୍କ ସହ ନିକଟରେ ବିବାହ ସରିଯାଇଛି। କରଣ ଦେଓଲଙ୍କ ବିବାହ ଅବସରରେ ଏବେ ପୂରା ପରିବାର ‌ଉପରେ ଲୋକଙ୍କ ଦୃଷ୍ଟି ଯାଇଛି। ଏହା ଭିତରେ କରଣ ଦେଓଲଙ୍କ ଜେଜେମାଆ ଅର୍ଥାତ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର୍‌ଙ୍କ ବିଷୟରେ ବି ଅନେକ କଥା ଶୁଣିବାକୁ ମିଳୁଛି।

Advertisment

କରଣ ଦେଓଲଙ୍କ ବିବାହକୁ ନେଇ ପୂରା ଦେଓଲ ପରିବାର ଖୁସି ମନାଇବାରେ ବ୍ୟସ୍ତ। ବାହାଘରରେ ପ୍ରକାଶ କୌର୍‌ଙ୍କଠାରୁ ନେଇ ପୂଜା ଦେଓଲ ପର୍ଯ୍ୟନ୍ତ ସଭିଙ୍କୁ ଦେଖିବାକୁ ମିଳିଥିଲା।

ତେବେ ଧର୍ମେନ୍ଦ୍ରଙ୍କ ଦ୍ବିତୀୟ ପତ୍ନୀ ହେମାମାଳିନୀ ଏବଂ ତାଙ୍କର ଦୁଇ ଝିଅ ଈଶା-ଆହାନାଙ୍କୁ କେହି କରଣଙ୍କ ବିବାହ ଉତ୍ସବ‌ରେ ଦେଖିପାରିଲେ ନାହିଁ। ତେବେ କରଣଙ୍କୁ ଈଶା ସୋସିଆଲ୍‌ ମିଡିଆରେ ଶୁଭେଚ୍ଛା ଜଣାଇଥିବାର ଦେଖିବାକୁ ମିଳିଛି। ସେ ଲେଖିଥିଲେ, ‘କରଣ ଓ ଦ୍ରିଶାଙ୍କୁ ବାହାଘର ପାଇଁ ଶୁଭେଚ୍ଛା। ସବୁବେଳେ ଏପରି ସାଥୀରେ ରୁହ। ବହୁତ ସାରା ଖୁସି ଓ ଭଲପାଇବା ତୁମ ଦୁହିଁଙ୍କୁ ମିଳୁ।’

ତେବେ ଆପଣ ଜାଣନ୍ତି କି ଈଶା ଦେଓଲ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର୍‌ଙ୍କୁ ପ୍ରଥମେ କେବେ ଭେଟିଥିଲେ? ସନ୍ନି ଦେଓଲ ହିଁ ପ୍ରଥମ ଥର ପାଇଁ ଈଶାଙ୍କୁ ନେଇ ନିଜ ମାଆ ପ୍ରକାଶ କୌର୍‌ଙ୍କ ସହ ଭେଟ କରାଇଥିଲେ। ଈଶା ବି ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କୁ ଭେଟିବାରେ ସେ ତାଙ୍କ ପରିବାର ପ୍ରଥମ ସଦସ୍ୟ। ଈଶା ୩୪ ବର୍ଷ ବୟସରେ ତାଙ୍କ ବାପାଙ୍କ ପ୍ରଥମ ପତ୍ନୀଙ୍କୁ ଭେଟିଥିଲେ।