ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ସାଂସଦମାନଙ୍କ ଅନୁପସ୍ଥିତିର କାରଣ ଉପରେ ଅଜବ ମତ ରଖିଲେ ହେମା

ନୂଆଦିଲ୍ଲୀ: ଦିଲ୍ଳୀରେ ପ୍ରଦୂଷଣକୁ ନେଇ ହେବାକୁ ଥିବା ଉଚ୍ଚ ସ୍ତରୀୟ ବ‌ୈଠକରେ କାହିଁକି ଏତେ ସାଂସଦ ଅନୁପସ୍ଥିତି ରହିଛନ୍ତି ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଅଜବ ଉତ୍ତର ଦେଇଛନ୍ତି ମଥୁରା ସାଂସଦ ହେମା ମାଳିନୀ। ସେ କହିଛନ୍ତି କି ଯେଉଁ ସାଂସଦମାନେ ଦିଲ୍ଳୀର ନୁହଁନ୍ତି, ଯେଉଁମାନଙ୍କ ଘର ମୁମ୍ବାଇ କିମ୍ବା ଅନ୍ୟ କେଉଁଠି ସେମାନେ ହୁଏତ ଏପରି ଏକ ବୈଠକ ପାଇଁ ନିଜର ଆଗ୍ରହ ପ୍ରକାଶ କରିିନାହାନ୍ତି। ଦିଲ୍ଳୀ ବ୍ୟତୀତ ଅନ୍ୟ କେଉଁ ଅଞ୍ଚଳରେ ପ୍ରଦୂଷଣ ସ୍ତର ଯେହେତୁ ଏତେ ବେଶି ନୁହେଁ, ଅନ୍ୟ ଅଞ୍ଚଳର ସାଂସଦମାନେ ବିଶେଷ ଆଗ୍ରହ ପ୍ରକାଶ ନକରି ଅନୁପସ୍ଥିତ ରହିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ହେବାକୁ ଥିବା ଏକ ଉଚ୍ଚ ସ୍ତରୀୟ ସଂସଦୀୟ ବୈଠକରେ ନିଜେ ବିଜେପି ସାଂସଦ ହେମାମାଳିନୀ ମଧ୍ୟ ଅନୁପସ୍ଥିତ ଥିଲେ।

WikiBio

ହେମାଙ୍କ ପରି କ୍ରିକେଟ୍‌ ତାରକାରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ମଧ୍ୟ ଏହି ବୈଠକରେ ଅନୁପସ୍ଥିତ ରହି ଟ୍ରୋଲ୍‌ ହୋଇଥିଲେ। ଆହୁରି କିଛି ଜଣ ସାଂସଦ ଓ ଅଧିକାରୀ ମଧ୍ୟ ଏହି ବ‌ୈଠକରେ ଅନୁପସ୍ଥିତ ରହିବା କାରଣରୁ ଚର୍ଚ୍ଚା ପାଲଟିଥିଲା। ଗମ୍ଭୀର ତାଙ୍କର ଏକ ଚୁକ୍ତି କାରଣରୁ ବୈଠକରେ ଉପସ୍ଥିତ ରହିପାରିନଥିଲେ ବୋଲି ସଫେଇ ଦେଇଥିଲେ।

 

ସମ୍ବନ୍ଧିତ ଖବର