୯୦ ବର୍ଷରେ ପାଦ ଦେବେ ଲତା ମଙ୍ଗେସକର୍‌: କୋକିଳ କଣ୍ଠୀଙ୍କ ବିଷୟରେ ଏହି ସବୁ କଥା ଜାଣନ୍ତି କି?

ମୁମ୍ବାଇ: ନବେ ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି ବଲିଉଡ୍‌ର କୋକିଳ କଣ୍ଠୀ ଲତା ମଙ୍ଗେସ୍‌କର। ଆସନ୍ତାକାଲି ତାଙ୍କ ଜନ୍ମଦିନ। ସେ ଭାରତୀୟ ସନେମାକୁ ଗୁଡ଼ାଏ କାଳଜୟୀ ସଂଗୀତ ଦେଇଛନ୍ତି। କେବଳ ହିନ୍ଦି ନୁହେଁ, ଅନ୍ୟ ଆଞ୍ଚଳିକ ଭାଷାରେ ବି ଗୀତ ଗାଇଛନ୍ତି ଲତା। ଲତାଙ୍କ ଗୀତ ‘ଲଗଜା ଗଲେ’, ‘ପ୍ୟାର୍‌କା ନଗମା’, ‘ଆଜ ଫିର୍‌ ଜିନେ କି ତମନ୍ନା ହୈ’, ‘ପିୟା ତୋସେ’ ଆଦି ଗୀତ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ। ତେବେ, ଚାଲନ୍ତୁ ଜାଣିବା ଏହି ମହାନ ଶିଳ୍ପୀଙ୍କ ବିଷୟରେ କିଛି କଥା।

: ଲତା ମରାଠୀ ସଂଗୀତଜ୍ଞ ପଣ୍ଡିତ୍‌ ଦିନାନାଥ ମଙ୍ଗେସକର୍‌ଙ୍କ ସୁପୁତ୍ରୀ। ସେ ହେଉଛନ୍ତି ପ୍ରଥମ ସନ୍ତାନ। ତାଙ୍କର ୩ ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ସେମାନେ ହେଉଛନ୍ତି ମୀନା ଖାଦିକର୍‌, ଆଶା ଭୋଷଲେ, ଊଷା ମଙ୍ଗେସ୍‌କର ଓ ହରିଦୟାନାଥ ମଙ୍ଗେସକର୍‌।

: ଲତା ପ୍ରଥମେ ସଂଗୀତ ତାଙ୍କ ବାପାଙ୍କ ପାଖରୁ ଶିଖିଥିଲେ। ପରେ ସେ ଅନ୍ୟ ଗୁରୁ କରିଥିଲେ।

: ଲତାଙ୍କୁ ୧୩ ବର୍ଷ ବୟସରେ ତାଙ୍କ ବାପାଙ୍କର ପରଲୋକ ହୋଇ ଯାଇଥିଲା।

: ସେ ପାଇଥିବା କେତେକ ସମ୍ମାନଜନକ ପୁରସ୍କାର ମଧ୍ୟରେ ଅଛି ଭାରତ ରତ୍ନ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ ଇତ୍ୟାଦି।

ସମ୍ବନ୍ଧିତ ଖବର