ନିଜ ପୁଅର ଜନ୍ମଦିନ ଅବସରରେ ଏଭଳି ଭାବପୂର୍ଣ୍ଣ ଶୁଭେଚ୍ଛା ଜଣାଇଲେ ଅକ୍ଷୟ କୁମାର

ମୁମ୍ବାଇ: ସେପ୍ଟେମ୍ବର ୧୫ରେ ବଲିଉଡ୍‌ର ଖିଲାଡ଼ୀ ଅକ୍ଷୟ କୁମାରଙ୍କ ପୁଅ ଆରବଙ୍କ ଜନ୍ମଦିନ ଥିଲା । ସବୁ ଷ୍ଟାର୍‌ କିଡ଼୍‍ଙ୍କ ଜନ୍ମଦିନ ଭଳି ତାଙ୍କର ମଧ୍ୟ ଜନ୍ମଦିନ ଖୁବ ଧୁମ୍‌ ଧାମ୍‌ରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ଜନ୍ମଦିନ ଅବସରରେ ଆରବଙ୍କ ନିକଟକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କିନ୍ତୁ, ଅକ୍ଷୟ କୁମାରଙ୍କ ଟ୍ଵିଟ୍‌ । ନିଜ ପୁଅ ଆରବକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଯାଇ ସେ ଏକ ଭାବପୂର୍ଣ୍ଣ ଟ୍ଵିଟ୍‌ କରିଥିବା ଦେଖା ଯାଇଥିଲା ।

ଯେଉଁଥିରେ ସେ ମୋ ଠାରୁ ଲମ୍ବା, ମୋ ଠାରୁ ସ୍ମାର୍ଟ, ମୋ ଠାରୁ ଭଲ । ମୋ ଆଶୀର୍ବାଦ ତୁମ ସହ ରହିଛି ଏବଂ ରହିଥିବ । ସବୁ ବେଳେ ତୁମକୁ ମୋ ଠାରୁ ଅଧିକ ମିଳୁ ବୋଲି ଲେଖି ଅକ୍ଷୟ ଟ୍ଵିଟ୍‌ କରିଥିବା ଦେଖା ଯାଇଥିଲା । ଯାହା ସମସ୍ତେ ଦେଇଥିବା ଶୁଭେଚ୍ଛା ଠାରୁ ଟିକେ ଭିନ୍ନ ଏବଂ ଭାବପୂର୍ଣ୍ଣ ଥିଲା ।

ସମ୍ବନ୍ଧିତ ଖବର