ରାମାୟଣ ସୀତାଙ୍କର ତାଙ୍କ ବାସ୍ତବ ଜୀବନର ରାମଙ୍କ ସହ କିପରି ସାକ୍ଷାତ୍‌ ହୋଇଥିଲା ଜାଣନ୍ତି?

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଧାରାବାହିକ ରାମାୟଣରେ ଦେବୀ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ‌ହୋଇଥିବା ଦୀପିକାଙ୍କୁ ତ ଆପଣ ଚିହ୍ନିଥିବେ ନିଶ୍ଚୟ। ସେ କିଛି ଦିନ ଅନ୍ତରରେ ସୋସିଆଲ୍‌ ମିଡିଆ ସାଇଟ୍‌ରେ ନିଜ ବିଷୟରେ କିଛି ନା କିଛି ତଥ୍ୟ ନିଶ୍ଚୟ ସେୟାର୍‌ କରିଥାନ୍ତି। ନିକଟରେ ସେ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ସଂପର୍କର ଆରମ୍ଭକୁ ନେଇ ଏକ ପୋଷ୍ଟ୍‌ କରିଛନ୍ତି।

ଦୀପିକାଙ୍କ କହିବା ମୁତାବକ ଏକ କସ୍‌ମେଟିକ୍‌ ବ୍ରାଣ୍ଡ୍ ପାଇଁ ବିଜ୍ଞାପନ ସୁଟ୍‌ କରିବା ବେଳେ ସୁଟିଂ ସେଟ୍‌ରେ ପ୍ରଥମେ ହେମନ୍ତ ଟପିୱାଲାଙ୍କ ସହ ତାଙ୍କର ଦେଖା ହୋଇଥିଲା। ଦୀପିକା ଏକ କଜ୍ବଳ ବ୍ରାଣ୍ଡ୍‌ ପାଇଁ ମଡେଲ୍‌ ସାଜିଥିଲେ। ସେ ଏତକ ସୂଚନା ଦେବା ପରେ ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଲେଖିଥିଲେ କି ସେଟ୍‌ରେ କ’ଣ ଘଟିଲା ତାହା ପରେ ଜଣାଇବେ।

ଦୀପିକା ପ‌ରେ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଏକ ପୋଷ୍ଟ୍‌ କରି ଲେଖିଥିଲେ କି ‘ସୀତା କିପରି ରାମଙ୍କୁ ଭେଟିଲେ ତାହା ଆପଣମାନେ ସମସ୍ତେ ଜାଣନ୍ତି। ମୁଁ ମୋ ବାସ୍ତବ ଜୀବନର ରାମ (ସ୍ବାମୀ)ଙ୍କୁ କିପରି ଭେଟିଲି ତାହା ଜଣାଉଛି।’

 

 

View this post on Instagram

 

This was the add shot for his brand ,product was kaajal …still making kaajal 😊 and bindi ,kumkum ….so wat happened on sets.. …to continue

A post shared by Dipika (@dipikachikhliatopiwala) on

ସେ ଲେଖିଛନ୍ତି କି, ‘୧୯୬୧ ମସିହାରୁ ମୋ ଶଶୁରଘର ପରିବାର ସିଙ୍ଘାର ନାମରେ ଏକ କସ୍‌ମେଟିକ୍‌ ବ୍ରାଣ୍ଡ୍‌ ଚଳାଇ ଆସୁଥିଲେ। ମୁଁ ସେତେବେଳେ ‘ସୁନ୍ ‌ମେରି ଲୈଲା’ ଚଳଚ୍ଚିତ୍ରରେ ହେଉଥିବା ଏକ ଆଡ୍‌ ସୁଟ୍‌ର ମଡେଲ୍‌ ବନିଥାଏ। ସେଥିରେ ସିଙ୍ଘାର କାଜଲ୍‌ର ବିଜ୍ଞାପନରେ ମୁଁ ଅଭିନୟ କରୁଥିବା ବେଳେ ହେମନ୍ତ ଦେଖିବାକୁ ଆସିଥିଲେ ଓ ସେଇଠୁ ଆମର ପ୍ରଥମ ଦେଖା ହୋଇଥିଲା।’

ସମ୍ବନ୍ଧିତ ଖବର