‘ବାହୁବଳୀ’ ଜରିଆରେ ଛାଇଯିବା ପରେ କାହିଁକି ‘ପଦ୍ମାବତ୍‌’ ପାଇଁ ରିଜେକ୍ଟ ହେଲେ ପ୍ରଭାସ?

ମୁମ୍ବାଇ: ‘ପଦ୍ମାବତ୍‌’କୁ ଚଳିତବର୍ଷର ସବାଧିକ ଗ୍ରସିଂ ଚଳଚ୍ଚିତ୍ର ବୋଲି କହିଲେ ଭୁଲ୍‌ ହେବନାହିଁ। ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ରଣବୀର ସିଂହ ଓ ସାହିଦ୍‌ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବହୁଳ ଲୋକପ୍ରିୟତା ହାସଲ କରିଛି। ଏପଟେ ‘ବାହୁବଳୀ’ର ଦୁଇଟି ଭାଗ ଜରିଆରେ ପ୍ରଭାସଙ୍କୁ ଯେ ବହୁ ଲୋକପ୍ରିୟତା ମିଳିସାରିଛି ତାହା କହିବା ଅନାବଶ୍ୟକ।

ସୂଚନାରୁ ଜାଣିବାକୁ ମିଳିଛି ଯେ, ପ୍ରଭାସ ‘ବାହୁବଳୀ-୨’ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି। ସେହି ସମୟରେ ‘ପଦ୍ମାବତ୍‌’ର ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲୀ ପ୍ରଭାସଙ୍କୁ ଅଫର୍‌ ପ୍ରଦାନ କଲେ। ସତେବେଳକୁ ରାଣୀ ପଦ୍ମିନୀଙ୍କ ଭୂମିକାରେ ଦୀପିକା ପାଦୁକୋନ ଓ ଆଲ୍ଲାଉଦ୍ଦିନ ଖିଲିଜ୍‌ଙ୍କ ଭୂମିକାରେ ରଣବୀର ସିଂହଙ୍କୁ ବଛା ସରିଥିଲା।

ପ୍ରଭାସ ନିଭାଇ ଥାଆନ୍ତେ ମାହାରଓ୍ଵାଲ୍‌ ରତନ ସିଂହଙ୍କ ଭୂମିକା। ପ୍ରଭାସ ଏହି ଚରିତ୍ରଟିକୁ ଶୁଣିବା ପରେ ଅମଙ୍ଗ ହୋଇଥିଲେ। ତାଙ୍କୁ ରତନ ସିଂହଙ୍କ ଭୂମିକାଟି ବିଶେଷ ପ୍ରଭାବଶାଳୀ ଲାଗିଲା ନାହିଁ।

ସେ ଆଲ୍ଲାଉଦ୍ଦିନ ଖିଲିଜ୍‌ଙ୍କ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଇଚ୍ଛା ପ୍ରକଟ କରିଥିବା ବେଳେ ପୂର୍ବରୁ ହିଁ ଭଂସାଲୀ ଏହି ଭୂମିକା ପାଇଁ ରଣବୀରଙ୍କୁ ଚୟନ କରି ସାରିଥିବା ହେତୁ ପ୍ରଭାସଙ୍କୁ ବାଧ୍ୟ ହୋଇ ରିଜେକ୍ଟ କରି ସେହି ସ୍ଥାନରେ ସାହିଦ୍‌ କପୁର୍‌ଙ୍କୁ ନେଇଥିଲେ।

ସମ୍ବନ୍ଧିତ ଖବର