ଭୁବନେଶ୍ବର: ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ୍ ଦାସଙ୍କ ନିର୍ଦ୍ଦେଶିତ ‘ଦିଓ୍ଵାନା ହେଲି ତୋ‘ପାଇଁ’ରେ ଜଣେ ନବାଗତଙ୍କୁ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ମତ୍ରେ ପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ପାଇନାହାନ୍ତି ସିନେପ୍ରେମୀ। ଏହି ନାୟକ ଜଣକ ହେଲେ ମୁନ୍ନା।
ମୁନ୍ନାଙ୍କ ଦ୍ବିତୀୟ ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହାର ଟାଇଟଲ୍ ହେଲା ‘ମୁଁ ତୁମକୁ ଭଲ ପାଏ’। ଏଥିରେ ମୁନ୍ନାଙ୍କ ବିପକ୍ଷରେ ସ୍ୱପ୍ନା ଅଛନ୍ତି ନାୟିକା ଭୂମିକାରେ। ଏହାଛଡ଼ା ପ୍ରିୟଙ୍କା, ଶ୍ରୀତମ୍ ଦାସ, ପିଣ୍ଟୁ ନନ୍ଦ, ବବି ମିଶ୍ର, କେକେ ଓ ଜୀବନ ପଣ୍ଡା ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଏସ୍ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ମୁଁ ତୁମକୁ ଭଲ ପାଏ’ର ସଂଳାପ ଲେଖିଛନ୍ତି ଜମେଶ ଶୁକ୍ଳା। ଜୟ ଅମ୍ବେ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଏହି ସିନେମାର ସଙ୍ଗୀତକାର ହେଲେ ବୈଦ୍ୟନାଥ ଦାସ। ଏହା ଖୁବ୍ ଶୀଘ୍ର ରିଲିଜ୍ ହେବ ବୋଲି ଜଣାଯାଇଛି। ଏହି ଫିଲ୍ମକୁ ନେଇ ମୁନ୍ନା ବେଶ ଉତ୍ସାହିତ ଅଛନ୍ତି।

Advertisment

publive-image
ସୂଚନାଯୋଗ୍ୟ, ‘ଦିଓ୍ବାନା ହେଲି ତୋ ପାଇଁ’ରେ ମୁନ୍ନାଙ୍କ ବିପକ୍ଷରେ ରୀୟା ଦେ ନାୟିକା ବନିଥିଲେ। ଏହି ସିନେମାରେ ସିଦ୍ଧାନ୍ତ, ଶ୍ରୀତମ୍ ଦାସ, ଉଷସୀ ମିଶ୍ର, ପପୁ ପମପମ୍, ଗୁଡ଼ୁ, ଅମର ଓ ସରୋଜ ଦାସ ପ୍ରମୁଖ ଅଭିନୟ କରିଥିଲେ। ଏହାର ସଂଳାପକାର ହେଲେ ରଣଜିତ୍ ପଟ୍ଟନାୟକ। ଅଭିଜିତ ମଜୁମଦାର ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।