ଗର୍ଭବତୀ ଥିବା ବେଳେ ଏହି ନାୟିକାମାନେ ସୁଟିଂ କରିଥିଲେ

ବଲିଉଡର ଏମିତି କେତେକ ନାୟିକା ଅଛନ୍ତି ଯେଉଁମାନେ ନିଜ ଅଭିନୀତ ଫିଲ୍ମର ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇ ଥିଲେ । ଏମାନଙ୍କ ମଧ୍ୟରୁ କେତେକଙ୍କ ଏମିତି ବି ନାୟିକା ଅଛନ୍ତି, ଯିଏ ଗର୍ଭାବସ୍ଥାରେ ବି ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଆସନ୍ତୁ ଏମିତି ନାୟିକାଙ୍କ ଉପରେ ନଜର ପକାଇବା…

ଜୟା ବଚ୍ଚନ: ୧୯୭୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଶୋଲେ’ର ସୁଟିଂ ସମୟରେ ଜୟା ଥିଲେ ତିନି ମାସର ଗର୍ଭବତୀ, ଏଥିପାଇଁ ସେ ନିଜର ବେବି ବଂପ୍‌ ଲୁଚାଇବା ଲାଗି ସିନେମାରେ ଶରୀରକୁ ଲୁଚାଇ ରଖିଥିଲେ । ଏପରିକି ‘ଶୋଲେ’ର ପ୍ରମିଅର୍‌ ବେଳେ ବି ଅଭିଷେକ ବଚ୍ଚନ ଜୟାଙ୍କ ଗର୍ଭରେ ଥିଲେ ।

କାଜୋଲ: ୨୦୧୦ରେ ଜଣାଶୁଣା ନାୟିକା କାଜୋଲ୍‌ ‘ ଉଇ ଔର ଫ୍ୟାମିଲି’ ଫିଲ୍ମର ସୁଟିଂ ବେଳେ ଗର୍ଭବତୀ ହୋଇଥିଲେ । ଏଥିରେ ତାଙ୍କୁ ତିନିଟି ସନ୍ତାନୀ ଜନନୀ ଭୂମିକା ମିଳିଥିଲା । ଗର୍ଭବତୀ ହେବା ଜାଣିବା ପରେ ବି କାଜୋଲ୍‌ ଫିଲ୍ମର ସୁଟିଂ କଂପ୍ଲଟି କରିଥିଲେ ଓ ପ୍ରମୋସନ୍‌ ରେ ବି ଅଂଶ ଗ୍ରହଣ କରିଥିଲେ ।

photo-hindustantimes.com

ଶ୍ରୀଦେବୀ:୧୯୯୭ରେ ଯେତେବେଳେ ଖ୍ୟାତନାମା ନାୟିକା ଶ୍ରୀଦେବୀ ‘ଜୁଦାଇ’ ଫିଲ୍ମର ସୁଟିଂ କରୁଥିଲେ, ସେତେବେଳେ ତାଙ୍କୁ ଜଣାଗଲା ଯେ ସେ ଗର୍ଭବତୀ । କିନ୍ତୁ ସେ ‘ ଜୁଦାଇ’ ଫିଲ୍ମର ସୁଟିଂ କରୁଥିଲେ, ସେତେବେଳେ ତାଙ୍କୁ ଜଣାଗଲା ଯେ ସେ ଗର୍ଭବତୀ । କିନ୍ତୁ ସେ ‘ଜୁଦାଇ’ ର ସୁଟିଂ ଶେଷ କରିଥିଲେ ।

ସମ୍ବନ୍ଧିତ ଖବର