ଏହି ନାୟିକାଙ୍କ ଦେଖା ମିଳିବନି ଏ ବର୍ଷ !

ମୁମ୍ବାଇ: ୨୦୧୮ରେ ଅନେକ ଗୁଡ଼ିଏ ବିଗ ବଜେଟ୍‌ ହିନ୍ଦୀ ସିନେମା ରିଲିଜ୍‌ ହେବାକୁ ଯାଉଛି । ଏଥିରେ ଆପଣ ନିଜର ମନପସନ୍ଦ ଷ୍ଟାରମାନଙ୍କୁ ଦେଖିବାକୁ ପାଇବେ । ହେଲେ ସେଥିରେ ସାମିଲ୍‌ ନ ଥିବେ କେତେକ ଲୋକପ୍ରିୟ ତାରକା । ଏ ବର୍ଷ ଯେଉଁମାନଙ୍କୁ ଆପଣ ପରଦାରେ ଦେଖିବାକୁ ପାଇବେ ନାହିଁ, ଆସନ୍ତୁ ଜାଣିବା ସେମାନଙ୍କୁ….।

ପ୍ରିୟଙ୍କା ଚୋପ୍ରା ଏମିତି ଜଣେ ଷ୍ଟାର୍‌, ଯିଏ ବଲିଉଡରେ ଯେମିତି ଚର୍ଚ୍ଚିତା, ହଲିଉଡ ରେ ବି ସେମିତି ଲୋକପ୍ରିୟ । ୨୦୧୭ରେ ତାଙ୍କ ଅଭିନୀତ ଫିଲ୍ମ ‘ ବେଓ୍ଵାଚ୍‌ ’ ରିଲିଜ୍‌ ହୋଇଥିଲା , ମାତ୍ର ୨୦୧୮ରେ ତାଙ୍କର କୌଣସି ହିନ୍ଦୀ ସିନେମା ପରଦାକୁ ଆସିବାର ସମ୍ଭାବନା ନାହିଁ ।

photo-deccanchronicle

ଠିକ୍‌ ସେହିପରି ଗତ ବର୍ଷ ‘ ତୁହ୍ମାରି ସୁଲୁ’ ଜରିଆରେ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ବିଦ୍ୟା ବାଲାନ୍‌ଙ୍କ ହାତରେ ଏବେ କୌଣସି ସିନେମା ନାହିଁ । ଏଣୁ ୨୦୦୮ରେ ତାଙ୍କୁ କୌଣସି ସିନେମାରେ ଦେଖିବାକୁ ମିଳିବ ନାହିଁ । ୨୦୧୭ରେ ବିପାସା ବସୁଙ୍କର କୌଣସି ସିନେମା ରିଲିଜ୍‌ ହୋଇନଥିଲା, ଠିକ୍‌ ସେହିପରି ୨୦୧୮ରେ ବି ତାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବାର ସମ୍ଭାବନା କ୍ଷୀଣ । ତାଙ୍କର ମୁକ୍ତି ପ୍ରାପ୍ତି ଶେଷ ସିନେମା ହେଲା ଏଲୋନ୍‌ ( ୨୦୧୫) ।
୨୦୦୫ରେ ‘ ୟାହାଁ’ ଟାଇଟଲରେ ନିର୍ମିତ ଏକ ସିନେମା ଜରିଆରେ ବଲିଉଡ଼ ଡେବ୍ୟୁ କରିଥିବା ନିମରନ୍‌ କୌରଙ୍କ ଶେଷ ସିନେମା ଥିଲା ‘ଏୟାରଲିଫ୍‌ଟ’, ଯାହା ୨୦୧୬ରେ ରିଲିଜ୍‌ ହୋଇଥିଲା। ୨୦୧୮ରେ ତାଙ୍କର କୌଣସି ଫିଲ୍ମ ରିଲିଜ୍‌ ହେବାର ନାହିଁ । ସୁନୀଲ ସେଟ୍ଟିଙ୍କ କନ୍ୟା ଆଥିୟା ସେଟ୍ଟୀ ୨୦୧୫ରେ ‘ ହିରୋ’ ଫିଲ୍ମ ଜରିଆରେ ବଲିଉଡରେ ହିରୋଇନ୍‌ ଭାବେ ଡେବ୍ୟୁ କରିଥିଲେ । ତା’ପରେ ତାଙ୍କୁ ୨୦୧୭ରେ ‘ମୁବାରକାଁ’ରେ ଦେଖିବାକୁ ପାଇଥିଲେ ଦର୍ଶକ । ହେଲେ ୨୦୧୮ରେ ତାଙ୍କର କୌଣସି ସିନେମା ରିଲିଜ୍‌ ହେବ ନାହିଁ ,କାରଣ ତାଙ୍କ ହାତରେ ଏବେ କୌଣସି ସିନେମା ନାହିଁ ।।
୨୦୧୭ରେ ରାକେଶ ଓମ୍‌ପ୍ରକାଶ ମେହେରାଙ୍କ ‘ ମିର୍ଜିୟା’ ସିନେମାରେ ବଲିଉଡରେ ଡେବ୍ୟୁ କରିଥିବା ସୟାମୀ ଖେରଙ୍କ ହାତରେ ଏବେ କୌଣସି ଫିଲ୍ମ ନ ଥିବା ହେତୁ ତାଙ୍କୁ ଏବର୍ଷ ବଡ଼ ପରଦାରେ ଦେଖିବାକୁ ମିଳିବ ନାହିଁ ।

 

photo-youtube

୨୦୦୯ରେ ‘ ଲକ୍‌’ ଫିଲ୍ମରେ ନାୟିକା ସାଜି ବଲିଉଡରେ ପ୍ରବେଶ କରିଥିବା ଶ୍ରୁତି ହାସନଙ୍କ ଶେଷ ସିନେମା ହେଲା ‘ ବହନ୍‌ ହୋଗି ତେରୀ’(୨୦୧୭), ହେଲେ ଏବେ ତାଙ୍କ ହାତରେ କୌଣସି ସିନେମା ନ ଥିବା ଯୋଗୁଁ ୨୦୧୮ରେ ତାଙ୍କୁ ଦେଖିବାକୁ ପାଇବେ ନାହିଁ ସିନେପ୍ରେମୀ । ‘ ଶୁଦ୍ଧ ଦେଶି ରୋମାନ୍ସ’ ଓ ‘ ବେଫିକ୍ରେ’ର ବୋଲଡ୍‌ ହିରୋଇନ୍‌ ବାଣୀ କପୁର୍‌ ବି ୨୦୧୮ରେ କୌଣସି ହିନ୍ଦୀ ସିନେମା ରିଲିଜ୍‌ ହେବ ନାହିଁ ବୋଲି ଜଣାଯାଇଛି । ମଝିରେ ଶୁଣିବାକୁ ମିଳୁଥିଲା ଯେ ସେ ରିତିକ୍‌ ରୋଶନଙ୍କ ସହ ଏକ ସିନେମାରେ କାମ କରିବେ ବୋଲି ,ହେଲେ ତାହା ସମ୍ଭବ ହୋଇ ନାହିଁ।

ସମ୍ବନ୍ଧିତ ଖବର