ଏହି ଦୁଇ ନାୟିକା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ !

ମୁମ୍ବାଇ: ବଲିଉଡ଼୍‍ର କେତେକ ହଟ୍‌ ଆଣ୍ଡ୍‌ ବୋଲ୍‌ଡ଼ ହିରୋଇନ୍‌ କ୍ୟାରିଅରରେ ଅସଫଳତା ହେଉ ବା ସଂଘର୍ଷ ସତ୍ତ୍ୱେ କାମ ମିଳୁ ନଥିବା ହେଉ ବା ଅନ୍ୟ କାରଣରୁ ହେଉ ,ଆତ୍ମହତ୍ୟା କରିବାକୁ ମନସ୍ଥ କରିଥିଲେ । ଏହା ଅବଶ୍ୟ ସେମାନଙ୍କୁ ସଫଳତା ମିଳିବାପରେ ଜଣାପଡ଼ିଥିଲା। ଆସନ୍ତୁ ସେମିତି କିଛି ନାୟିକାଙ୍କ କଥା ଜାଣିବା …

ପ୍ରିୟଙ୍କା ଚୋପ୍ରା- ବଲିଉଡ ଏବଂ ହଲିଉଡର ନାମୀ ନାୟିକା ପ୍ରିୟଙ୍କା ଚୋପ୍ରା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ତାଙ୍କ ସେକ୍ରେଟାରି ଥରେ କହିଥିଲେ। ଅପରପକ୍ଷରେ ତାଙ୍କ ମାଆ କହିଥିଲେ ଯେ ପ୍ରିୟଙ୍କାଙ୍କୁ ସଂଘର୍ଷ ସମୟରେ କେତେକ ପ୍ରଯୋଜକ ଅଶାଳୀନ କାର୍ଯ୍ୟର ପ୍ରସ୍ତାବ ଦେବା ଯୋଗୁ ସେ ମାନସିକ ଅବସାଦ ଭିତରକୁ ଚାଲି ଆସିଥିଲେ।

 

ଇଲିଆନା ଡ଼ିକ୍ରୁଜ୍‌- ନିକଟରେ ଇଲିଆନା ଡ଼ିକ୍ରୁଜ୍‌ସେ ନିଜ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ସେ ଇଲିଅନା କହିଛନ୍ତି ଯେ, ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେବାକୁ କିଛି କମ୍‌ ସଂଘର୍ଷ କରିନାହାନ୍ତି।ଷ୍ଟ୍ରଗଲ୍‌ ସମୟରେ ସେ ବହୁଥର ଡ଼ିପ୍ରେସନ୍‌ର ଶିକାର ହୋଇଥିଲେଏବଂ ଆତ୍ମହତ୍ୟା କରିବାକୁ ମଧ୍ୟ ମନସ୍ଥ କରିଥିଲେ ବୋଲି କହିଛନ୍ତି ଇଲିଆନା।

photo-instagram

ଡ଼ିକ୍ରୁଜ୍‌ କହିଥିଲେ ଯେ ସେ ଖୁବ୍‌ ସଙ୍କୋଚ ଓ ଲଜ୍ଜାଶୀଳା ସ୍ୱଭାବର ଯୁବତୀ,କିନ୍ତୁ ତାଙ୍କର ଶରୀର ଅନେକଙ୍କୁ ଆକର୍ଷିତ ଓ ପ୍ରଲୁବ୍ଧ କରିଥାଏ।ସେ ଅଧିକାଂଶ ସମୟରେ ନୀରବତା ଅବଲମ୍ବନ କରିଥା’ନ୍ତି ଓ ଉଦାସ ରହିଥା’ନ୍ତି। ବୋଧହୁଏ ଏହି କାରଣରୁ ସେ ସହଜରେ ଡ଼ିପ୍ରେସନ୍‌ ଆଡ଼କୁ ଚାଲିଯାଆନ୍ତି ବୋଲି ମନେ କରନ୍ତି ଇଲିଆନା।ଥରେ ତାଙ୍କର ମାନସିକ ସ୍ଥିତି ଏଭଳି ବିଗିଡ଼ି ଯାଇଥିଲା ଯେ ସେ ଆତ୍ମହତ୍ୟା କରିବା ପାଇଁ ସ୍ଥିର କରିଥିଲେ ବୋଲି କହିଛନ୍ତି ଇଲିଆନା।ଏଭଳି ସମୟରେ ତାଙ୍କୁ ଏକ ଭଲ ସିନେମାର ଅଫର୍‌ ମିଳିଥିଲା।ଯେଉଁଥିପାଇଁ ସେ ଆତ୍ମହତ୍ୟାରୁ ନିବୃତ୍ତ ହୋଇଥିଲେ।ପ୍ରଖ୍ୟାତ ନିର୍ଦ୍ଦେଶକ ଅନୁରାଗ ବାସୁ ଇଲିଆନାଙ୍କୁ ରଣବୀର କପୁର୍‌ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ‘ବାର୍ଫି’ରେ ବ୍ରେକ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର