ଗର୍ଭବତୀ ଥିବା ସମୟରେ ସୁଟିଂ କରିଥିଲେ ଏହି ନାୟିକା

ବଲିଉଡର କେତେକ ନାୟିକା ନିଜ ଫିଲ୍ମର ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇ ଥିଲେ । ଏମାନଙ୍କ ମଧ୍ୟରୁ କେତେକଙ୍କ ଫିଲ୍ମ ଅଟକି ଥିଲା, ତ କେହି ସେଥିରୁ ବାଦ୍‌ ପଡ଼ିଥିଲେ । ହେଲେ ଏମିତି ବି ନାୟିକା ଅଛନ୍ତି, ଯିଏ ଗର୍ଭାବସ୍ଥାରେ ବି ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଆସନ୍ତୁ ଏମିତି ନାୟିକାଙ୍କ ଉପରେ ନଜର ପକାଇବା…

କାଜୋଲ: ୨୦୧୦ରେ ଜଣାଶୁଣା ନାୟିକା କାଜୋଲ୍‌ ‘ ଉଇ ଔର ଫ୍ୟାମିଲି’ ଫିଲ୍ମର ସୁଟିଂ ବେଳେ ଗର୍ଭବତୀ ହୋଇଥିଲେ । ଏଥିରେ ତାଙ୍କୁ ତିନିଟି ସନ୍ତାନୀ ଜନନୀ ଭୂମିକା ମିଳିଥିଲା । ଗର୍ଭବତୀ ହେବା ଜାଣିବା ପରେ ବି କାଜୋଲ୍‌ ଫିଲ୍ମର ସୁଟିଂ କଂପ୍ଲଟି କରିଥିଲେ ଓ ପ୍ରମୋସନ୍‌ ରେ ବି ଅଂଶ ଗ୍ରହଣ କରିଥିଲେ ।

ଶ୍ରୀଦେବୀ:୧୯୯୭ରେ ଯେତେବେଳେ ଖ୍ୟାତନାମା ନାୟିକା ଶ୍ରୀଦେବୀ ‘ ଜୁଦାଇ’ ଫିଲ୍ମର ସୁଟିଂ କରୁଥିଲେ, ସେତେବେଳେ ତାଙ୍କୁ ଜଣାଗଲା ଯେ ସେ ଗର୍ଭବତୀ । କିନ୍ତୁ ସେ ‘ ଜୁଦାଇ’ ଫିଲ୍ମର ସୁଟିଂ କରୁଥିଲେ, ସେତେବେଳେ ତାଙ୍କୁ ଜଣାଗଲା ଯେ ସେ ଗର୍ଭବତୀ । କିନ୍ତୁ ସେ ‘ ଜୁଦାଇ’ ର ସୁଟିଂ ଶେଷ କରିଥିଲେ । ଆଉ ଏକ ଉଲ୍ଲେଖନୀୟ କଥାଯେ ଏହି ସିନେମାରେ ଥିବା ଉର୍ମିଳା ମାତୋଣ୍ଡକରଙ୍କ ଚରିତ୍ର ନାଆଁରେ ନିଜ ଝିଅର ନାମ ରଖିଥିଲେ ଜାହ୍ନବୀ କପୁର ।

ଜୟା ବଚ୍ଚନ: ୧୯୭୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଶୋଲେ’ର ସୁଟିଂ ସମୟରେ ଜୟା ଥିଲେ ତିନି ମାସର ଗର୍ଭବତୀ, ଏଥିପାଇଁ ସେ ନିଜର ବେବି ବଂପ୍‌ ଲୁଚାଇବା ଲାଗି ସିନେମାରେ ଶରୀରକୁ ଲୁଚାଇ ରଖିଥିଲେ । ଏପରିକି ‘ଶୋଲେ’ ର ପ୍ରମିଅର୍‌ ବେଳେ ବି ଅଭିଷେକ ବଚ୍ଚନ ଜୟାଙ୍କ ଗର୍ଭରେ ଥିଲେ ।

photo-indiatoday

କରିନା କପୁର: କରିନା କପୁର ସଂପ୍ରତି ‘ବୀର୍‌ ଦି ଓ୍ଵଡିଂ’ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ସେ ଯେତେବେଳେ ଏହି ସିନେମାର ସୁଟିଂ ଆରମ୍ଭ କରିଥିଲେ, ସେତେବେଳେ ଜାଣିପାରିଥିଲେ ଯେ ଗର୍ଭବତୀ ଅଛନ୍ତି । ଏଣୁ ଫିଲ୍ମରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ, ମାତ୍ର ପ୍ରଯୋଜକ-ନିର୍ଦ୍ଦେଶକ କରିନାଙ୍କୁ ଅପେକ୍ଷା କରିଲେ । ଡେଲିଭରି ପରେ ପୁଣି କରିନା ବୀର ଦି ଓ୍ଵଡିଂ ରେ କାମ କରୁଛନ୍ତି ।

photo-hindustantimes

ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ୨୦୧୨ରେ ରିଲିଜ୍‌ ହୋଇଥିବା ପ୍ରଖ୍ୟାତ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ସିନେମା ‘ ହିରୋଇନ୍‌’ ରେ ପ୍ରଥମେ ଲିଡ ରୋଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନିଆ ଯାଇଥିଲା , ହେଲେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ସମୟରେ ସେ ଗର୍ଭବତୀ ହୋଇ ଯାଇଥିଲେ । ଏଣୁ ନିର୍ଦ୍ଦେଶକ ଐଶ୍ୱର୍ଯ୍ୟାଙ୍କୁ ଆଉଟ୍‌ କରି କରିନା କପୁରଙ୍କୁ ନେଇ ‘ହିରୋଇନ୍‌’ ର ନିର୍ମାଣ କରିଥିଲେ ।
ଜୁହି ଚାଓ୍ଵଲା: ହସକୁରୀ ନାୟିକା ଜୁହି ଚାଓ୍ଵଲା ‘ଆମଦାନି ଅଠନ୍ନି ଖରଚ ରୂପେୟା’ ସିନେମାରେ ସୁଟିଂ ବେଳେ ଗର୍ଭବତୀ ହୋଇଥିଲେ, ମାତ୍ର ଫିଲ୍ମରେ ସୁଟିଂ କରି କଂପ୍ଲିଟ୍‌ କରିଥିଲେ ।

 

ସମ୍ବନ୍ଧିତ ଖବର