ସୋ’କୁ ଡାକୁନାହାନ୍ତି ବୋଲି କପିଲଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆମୀର ଖାନ୍
ମୁମ୍ବାଇ: ବଲିଉଡର ଜଣେ ନିଖୁଣ ଅଭିନେତା ଭାବେ ଆମୀର ଖାନ୍ ବେଶ୍ ଜଣାଶୁଣା। ସେହପରି କମେଡି କିଙ୍ଗ୍ ଭାବେ ଲୋକଙ୍କ ମନ କିଣିଛନ୍ତି କପିଲ ଶର୍ମା। ଦୁହେଁ ଦୁହିଁଙ୍କ ସ୍ଥାନରେ ଜଣେ ଜଣେ ସୁପର୍ଷ୍ଟାର୍। ତେବେ ଆମୀର ବି କିଛି କମ୍ ମଜାକିଆ ଅନ୍ଦାଜର ବ୍ୟକ୍ତି ନୁହଁନ୍ତି। ନିକଟରେ ଉଭୟ ଆମୀର ଓ କପିଲଙ୍କୁ ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜାଟା୩’ର ଟ୍ରେଲର୍ ଲଞ୍ଚ୍ ଅବସରରେ ଦେଖିବାକୁ ମିଳିଥିଲା। ସେମାନଙ୍କ ସହ ଥିଲେ ଅଭିନେତ୍ରୀ ସୋନମ ବାଜୱା।
Sambad is now on WhatsApp
Join and get latest news updates delivered to you via WhatsApp
ଆମୀର ଏବଂ କପିଲ ଶର୍ମାଙ୍କ ମଜାଳିଆ କଥାବାର୍ତ୍ତା ହିଁ ସମସ୍ତ ଲାଇମଲାଇଟ୍ ଚୋରି କରି ନେଇଥିଲା। ଆମୀର ଅଭିଯୋଗ କରିଛନ୍ତି ଯେ ହାସ୍ୟ ଅଭିନେତା ତାଙ୍କୁ ଦି କପିଲ ଶର୍ମା ସୋ’କୁ କେବେ ନିମନ୍ତ୍ରଣ କରିନାହାଁନ୍ତି। କେବଳ ସେତିକି ନୁହେଁ, ଅଭିନେତା କପିଲ ଶର୍ମାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ଆମୀର ଆହୁରି ମଧ୍ୟ କହିଛନ୍ତି ଯେ ସେ ହାସ୍ୟ ଅଭିନେତାଙ୍କର ଜଣେ ବଡ଼ ପ୍ରଶଂସକ ଅଟନ୍ତି।
ସେ ଆହୁରି ବି କହିଛନ୍ତି, ‘ମୁଁ କପିଲ ଶର୍ମାଙ୍କର ଜଣେ ବଡ ପ୍ରଶଂସକ। ସେ ମୋର ଅନେକ ସନ୍ଧ୍ୟାକୁ ଚମତ୍କାର କରିଛନ୍ତି, ମୁଁ ବହୁତ ହସିଛି ଏବଂ ସେ ଏତେ ମନୋରଞ୍ଜନ କରୁଛନ୍ତି ଯେ ମୋତେ ମନୋରଞ୍ଜନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବାକୁ ମୁଁ ତାଙ୍କୁ କିଛି ସପ୍ତାହ ପୂର୍ବରୁ କଲ୍ ବି କରିଥିଲି। ଏହା ଏକ ବଡ କଥା। ଲୋକଙ୍କର ମନୋରଞ୍ଜନ କରୁଥିବାରୁ ମୁଁ ଆପଣଙ୍କର ସବୁଠାରୁ ବଡ ପ୍ରଶଂସକ ଅଟେ।’ ହାସ୍ୟ ଅଭିନେତା କାହିଁକି ତାଙ୍କୁ ତାଙ୍କ ସୋ’କୁ ନିମନ୍ତ୍ରଣ କରନ୍ତି ନାହିଁ ବୋଲି ଆମୀର ଅଭିଯୋଗ ବି କରିଛନ୍ତି।