ଗାନ୍ଧୀଜୀଙ୍କ ହତ୍ୟା ଆଧାରିତ ଫିଲ୍ମ ‘ହେ ରାମ ହମନେ ଗାନ୍ଧୀକୋ ମାର ଦିଆ’ର ଫାଷ୍ଟ୍‍ ଲୁକ୍‌ ରିଲିଜ୍‌ ହେଲା

ନୂଆଦିଲ୍ଲୀ : ଆଜି ମହାତ୍ମା ଗାନ୍ଧୀଙ୍କ ୭୦ତମ ପୁଣ୍ୟତିଥି ହୋଇଥିବା ବେଳେ ବଲିଉଡ଼ ତାଙ୍କୁ ମନେ ପକାଇଛି। ନିର୍ଦ୍ଦେଶକ ନଇମ ଏ ସିଦ୍ଦିକିଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ହେ ରାମ ହମନେ ଗାନ୍ଧୀକୋ ମାର ଦିଆ’ ଚଳଚ୍ଚିତ୍ରର ଫାଷ୍ଟ୍‍ ଲୁକ ଆଜି ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରଟିଗାନ୍ଧୀଜୀଙ୍କର ହତ୍ୟା କାହାଣୀ ଉପରେ ଆଧାରିତ । ୧୯୪୮ ମସିହା ଜାନୁଆରି ୩୦ରେ ନାଥୁରାମ ଗଡ଼ସେ ଗାନ୍ଧିଜୀଙ୍କୁ ଗୁଳି କରିଥିଲେ।

୨ ଅକ୍ଟୋବର ୨୦୧୭ରେ ମୁଁ ମୋର ଦୁଇ ବନ୍ଧୁଙ୍କ ସହ ଲକ୍ଷ୍ନୌରେ ଗାନ୍ଧୀଜୀଙ୍କର ଜନ୍ମ ଦିବସକୁ ଅହିଂସା ଦିବସ ଭାବେ ପାଳନ କରୁଥିଲୁ । ସେହି ସମୟରେ ଆମେ ଟେଲିଭିଜନରେ ଦେଖିଲୁ ସାରା ବିଶ୍ୱ ଏହି ଦିନକୁ ଅହିଂସା ଦିବସ ଭାବେ ପାଳନ କରୁଛି ଏବଂ ୨୦୧୮ରେ ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସକୁ ଭିନ୍ନଭାବେ ପାଳନ କରିବୁ ବୋଲି ଚିନ୍ତା କଲୁ । ଏହାପରେ ‘ହେ ରାମ ହମନେ ଗାନ୍ଧୀ କୋ ମାର ଦିଆ’ ଚଳଚ୍ଚିତ୍ରର କାମ ଆରମ୍ଭ କଲୁ। କିପରି ଅହିଂସା ସହ ବିଶ୍ୱରେ ସମସ୍ତେ ମିଳି ମିଶି ରହିପାରିବେ ତାହାକୁ ଏଥିରେ ଚିତ୍ରଣ କରାଯାଇଛି ବୋଲି କହିଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ନଇମ ।

ସମ୍ବନ୍ଧିତ ଖବର