ମୁମ୍ବାଇ: ଜି’ ଟିଭିର ଲୋକପ୍ରିୟ ସୋ’ ‘କୁମ୍କୁମ୍ ଭାଗ୍ୟ’ରେ ଖଳନାୟିକା ଭୂମିକାରେ ଅଭିନୟ କରୁଥିବା ଶିଖା ସିଂହ ଓରଫ ଆଲ୍ୟାଙ୍କୁ ନିକଟରେ ଏକ ବଡ ଧରଣର ଝଟକା ଲାଗିଛି।
ତେବେ ଘଟଣା ଟି ହେଉଛି ଏପରି, ଶିଖା ନିକଟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ଆସିଥିଲା। ଏଯାବତ୍ ସବୁକିଛି ଠିକ୍ ଥିଲା, କିନ୍ତୁ ସେ ଏକ କମେଣ୍ଟକୁ ଦେଖି ଚମକି ପଡ଼ିଥିଲା। ଯାହା ଆଶ୍ଳୀଳ ଥିଲା, କେବଳ ସେତିକି ନୁହେଁ ଏହି ଅଶ୍ଳୀଳ କମେଣ୍ଟ ଦେଇଥିଲେ ଜଣେ ପୁଲିସ ଅଫିସର ବୋଲି ସେ ଜାଣିବାକୁ ପାଇଲେ।
ତେବେ ପୁଲିସ ଅଫିସରଙ୍କ ଏହି ଅଶ୍ଳୀଳ କମେଣ୍ଟକୁ ଶିଖା ସିଂହ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇ ଦେଲେ। ଶିଖାଙ୍କ ଫଟୋରେ କମେଣ୍ଟ ଦେଇଥିବା ପୁଲିସ ଅଫିସର ମହାରାଷ୍ଟ୍ରର ଜଗଦୀଶ ଗୁଙ୍ଗେ ବୋଲି ଜଣାପଡ଼ିଛି। ସେ ଶିଖାଙ୍କ ଫଟୋରେ କମେଣ୍ଟ ଦେବାକୁ ଯାଇ ଲେଖିଥିଲେ, ‘ସୁନ୍ଦର ଫଟୋ..ଦାୟା କରି ନୂତନ ବର୍ଷର ଉପହାର ଭାବେ ବିକିନି ଓ ମାଇକ୍ରୋ ମିନି ପିନ୍ଧିଥିବାର କିଛି ବୋଲ୍ଡ ଫଟୋ ସେୟାର କରନ୍ତୁ।’
ଏହାପରେ ଶିଖା ଏହି ଅଶ୍ଳୀଳ କମେଣ୍ଟର ସ୍କ୍ରିନ୍ ସଟମାରି ନିଜର ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ, ପୁଲିସବାଲାଙ୍କ ହାତରେ ଆମର ସୁରକ୍ଷା ବ୍ୟବସ୍ଥା । ତେବେ ଦେହରେ ହାତ ନଦେଇ ଏଭଳି ଅଶ୍ଳୀଳ କଥା କହିବା ବି ଏକ ପ୍ରକାର ଶୋଷଣ ଅଟେ। ଏଭଳି ଲୋକ ପୁଲିସ ବିଭାଗରେ ରହିବା କେତେ ଦୂର ଠିକ୍ ମୁଁ ଜାଣେ ନାହିଁ। କାହାରିକୁ ମୋ ପେଜରେ ଏଭଳି କଥା ଲେଖିବାର ଅଧିକାର ନାହିଁ। ମୁଁ କ’ଣ କରିବି, କ’ଣ ନକରିବି, କ’ଣ ପିନ୍ଧିବି, କ’ଣ ନ ପିନ୍ଧିବି ତାହା ମୋର ବ୍ୟକ୍ତିଗତ କଥା, ଏହା ଉପରେ ବି ଟିପ୍ପଣୀ ଦେବାକୁ ଆପଣମାନେ କିପରି ସାହାସ କରି ପାରୁଛନ୍ତି। ଏଭଳି କମେଣ୍ଟ ଦେଉଥିବା ପ୍ରତ୍ୟେକଟି ଲୋକଙ୍କୁ ଲାଜ ଲଗିବା କଥା।