ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ସର୍ଲିନ ଚୋପ୍ରା ନିକଟରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ କଳାକାରଙ୍କ ଶରୀରକୁ ନେଇ ବ୍ୟବସାୟ କରୁଥିବା ନେଇ ମାମଲା ରୁଜୁ କରିଥିଲେ। ଏଥିସହିତ ଠକି ଥିବା ବି ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଶିଳ୍ପା ସେଟ୍ଟୀ ଓ ରାଜ ମୁହଁ ଖୋଲିବା ସହିତ ସର୍ଲିନ ଚୋପ୍ରା ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି।
ଶିଳ୍ପା ଓ ରାଜ ସର୍ଲିନଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଛନ୍ତି। ଏଥିସହିତ ଶିଳ୍ପା ଓ ରାଜ ସର୍ଲିନ ସେମାନଙ୍କ ନାମରେ ଆଣିଥିବା ଅଭିଯୋଗକୁ ମନଗଢ଼ା ଓ ମିଛ ବୋଲି କହିଛନ୍ତି।
ତେବେ ଯେବେଠାରୁ ରାଜ କୁନ୍ଦ୍ରାଙ୍କ ନାମ ଅଶ୍ଳୀଳ ଭିଡିଓ ମାମଲାରେ ଅସିଲାଣି ସେବେଠାରୁ ସର୍ଲିନ ଚୋପ୍ରା ଲଗାତର ଭାବେ ରାଜ କୁନ୍ଦ୍ରାଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି । ନିକଟରେ ସର୍ଲିନ ଚୋପ୍ରା ରାଜକୁନ୍ଦ୍ରା ଓ ତାଙ୍କ ଅଭନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।
/sambad/media/post_attachments/d3c21e4afacecaa4d7b074b70f9117e6dc9401d743b8fed1363a3f1610e0ed29.jpg)
ସର୍ଲିନ ଚୋପ୍ରା ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର କରି କହିଥିଲେ କି “ଆଜି ମୁଁ ମୋର ଆଇନ ପରାମର୍ଶଦାତାଙ୍କ ସହ ଜୁହୁ ପୁଲିସ ଷ୍ଟେସନ ଯାଇ ଶିଳ୍ପା ଓ ରାଜଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି । କି ରାଜ କୁନ୍ଦ୍ରା ଝିଅମାନଙ୍କର ଅଶ୍ଳୀଳ ଭିଡିଓ ସୁଟିଂ କରି ସେମାନଙ୍କ ପେମେଣ୍ଟ କରି ନାହାଁନ୍ତି , ସେମାନଙ୍କୁ ରାଜ ଠକିଛନ୍ତି । ସେ ରାଜକୁନ୍ଦ୍ରାଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ଆପଣ କାହିଁକି ସେମାନଙ୍କ ଚରିତ୍ର ସହ ଖେଳ ଖେଳି ସେମାନଙ୍କୁ ଠକୁଛନ୍ତି । ଏହାକୁ କ’ଣ ପ୍ରକୃତରେ ବ୍ୟବସାୟ କୁହାଯାଏ ?
ଏନେଇ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସର୍ଲିନ କାନ୍ଦି ପକାଇଥିଲେ । ସେ ରାଜ କୁନ୍ଦ୍ରାଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି “ଆପଣ ଯଦି ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଟାଟା କେମିତି ବ୍ୟବସାୟ କରୁଛି ଯାଇ ଦେଖିଆସ, ଟାଟା ତାର ଚାକିରିଆମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଥାଏ ତାହା ପାଳନ କରେ , ହେଲେ ଆପଣ କଳାକାରଙ୍କ ଶରୀରକୁ ନେଇ ବ୍ୟବସାୟ କରିବା ପରେ ବି ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦେଉ ନାହାଁନ୍ତି। ଏହା ପରେ ବି ତାଙ୍କୁ ଅଣ୍ଡର ୱାର୍ଲ୍ଡର ଧମକ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/shilpa_shetty_praised_sherlyn_chopras_content_in_raj_kundra_produced_videos_001.jpeg)