ସର୍ଲିନଙ୍କ ବିରୋଧରେ ୫୦କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କଲେ ରାଜ ଓ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ସର୍ଲିନ ଚୋପ୍ରା ନିକଟରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ କଳାକାରଙ୍କ ଶରୀରକୁ ନେଇ ବ୍ୟବସାୟ କରୁଥିବା ନେଇ ମାମଲା ରୁଜୁ କରିଥିଲେ। ଏଥିସହିତ ଠକି ଥିବା ବି ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଶିଳ୍ପା ସେଟ୍ଟୀ ଓ ରାଜ ମୁହଁ ଖୋଲିବା ସହିତ ସର୍ଲିନ ଚୋପ୍ରା ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି।

ଶିଳ୍ପା ଓ ରାଜ ସର୍ଲିନଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଛନ୍ତି। ଏଥିସହିତ ଶିଳ୍ପା ଓ ରାଜ ସର୍ଲିନ ସେମାନଙ୍କ ନାମରେ ଆଣିଥିବା ଅଭି‌ଯୋଗକୁ ମନଗଢ଼ା ଓ ମିଛ ବୋଲି କହିଛନ୍ତି।

ତେ‌ବେ ଯେବେଠାରୁ ରାଜ କୁନ୍ଦ୍ରାଙ୍କ ନାମ ଅଶ୍ଳୀଳ ଭିଡିଓ ମାମଲାରେ ଅସିଲାଣି ସେବେଠାରୁ ସର୍ଲିନ ଚୋପ୍ରା ଲଗାତର ଭାବେ ରାଜ କୁନ୍ଦ୍ରାଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି । ନିକଟରେ  ସର୍ଲିନ ଚୋପ୍ରା ରାଜକୁନ୍ଦ୍ରା ଓ ତାଙ୍କ ଅଭନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।

शर्लिन चोपड़ा, शिल्पा और राज

ସର୍ଲିନ ଚୋପ୍ରା ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର କରି କହିଥିଲେ କି “ଆଜି ମୁଁ ମୋର ଆଇନ ପରାମର୍ଶଦାତାଙ୍କ ସହ ଜୁହୁ ପୁଲିସ ଷ୍ଟେସନ ଯାଇ ଶିଳ୍ପା ଓ ରାଜଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି । କି ରାଜ କୁନ୍ଦ୍ରା ଝିଅମାନଙ୍କର ଅଶ୍ଳୀଳ ଭିଡିଓ ସୁଟିଂ କରି ସେମାନଙ୍କ ପେମେଣ୍ଟ କରି ନାହାଁନ୍ତି , ସେମାନଙ୍କୁ ରାଜ ଠକିଛନ୍ତି । ସେ ରାଜକୁନ୍ଦ୍ରାଙ୍କୁ ପ୍ରଶ୍ନ ପଚାରିଥିଲେ  ଯେ ଆପଣ କାହିଁକି ସେମାନଙ୍କ ଚରିତ୍ର ସହ ଖେଳ ଖେଳି ସେମାନଙ୍କୁ ଠକୁଛନ୍ତି । ଏହାକୁ କ’ଣ ପ୍ରକୃତରେ ବ୍ୟବସାୟ କୁହାଯାଏ ?

ଏନେଇ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସର୍ଲିନ କାନ୍ଦି ପକାଇଥିଲେ । ସେ ରାଜ କୁନ୍ଦ୍ରାଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି “ଆପଣ ଯଦି ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଟାଟା କେମିତି ବ୍ୟବସାୟ କରୁଛି ଯାଇ ଦେଖିଆସ, ଟାଟା ତାର ଚାକିରିଆମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଥାଏ ତାହା ପାଳନ କରେ , ହେଲେ ଆପଣ କଳାକାରଙ୍କ ଶରୀରକୁ ନେଇ ବ୍ୟବସାୟ କରିବା ପରେ ବି ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦେଉ ନାହାଁନ୍ତି। ଏହା ପରେ ବି ତାଙ୍କୁ ଅଣ୍ଡର ୱାର୍ଲ୍ଡର ଧମକ ଦେଉଛନ୍ତି।

 

ସମ୍ବନ୍ଧିତ ଖବର