କେବିସି ସିଜିନ-୧୩: ପ୍ରଥମ କରୋଡପତି ହେଲେ ହିମାନୀ ବୁନ୍ଦେଲା

ମୁମ୍ବାଇ: ଅଗଷ୍ଟ ୨୩ରୁ ଆରମ୍ଭ ହୋଇଛି କେବିସି ସିଜିନ-୧୩। ଚଳିତ ବର୍ଷ ନୂଆ ଲୁକ୍ ଓ ନୂଆ ନିୟମ ସହ କେବିସିର ସିଜିନ-୧୩ ଆରମ୍ଭ ହୋଇଛି। ଆରମ୍ଭ ହେବା ପରେ ପରେ ଏବେ କେବିସିକୁ ପ୍ରଥମ କରୋଡପତି ମିଳିସାରିଛି। ଚଳିତ ବର୍ଷ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ୧କୋଟି ଟଙ୍କା ଜିତିପାରିଛନ୍ତି ହିମାନୀ ବୁନ୍ଦେଲା। ହିମାନୀ ଦୃଷ୍ଟିହୀନ ହୋଇଥିବା ବେଳେ ସୋନି ଟିଭି ନିଜ ଇନଷ୍ଟା ପେଜ‌ରେ ଛାଡ଼ିଥିବା ଭିଡିଓରେ ସେ ୧କୋଟି ଟଙ୍କା ଜିତିଥିବା ଦେଖାଯାଇଛି।

ଭିଡିଓରେ ଦେଖାଯାଇଛି ଯେ,୧କୋଟି ଟଙ୍କା ଜିତିବା ପରେ ଏହି ଟଙ୍କାକୁ ନେଇ ଘରକୁ ଯିବ‌େ ନା ୭କୋଟି ଟଙ୍କା ପାଇଁ ପଚରାଯିବାକୁ ଥିବା ପ୍ରଶ୍ନର ଉତ୍ତର ଦେବେ ବେ‌ାଲି ସୋ’ର ଉପସ୍ଥାପକ ବିଗ୍ ବି ଅମିତାଭ ବଚ୍ଚନ ହିମାନୀଙ୍କୁ ପଚାରୁଛନ୍ତି। ଭୁଲ ଉତ୍ତର ଦେଲେ ୧କୋଟି ଟଙ୍କା ହରାଇବାର ଆଶଙ୍କା ଥିବା ଜାଣି ମଧ୍ୟ ଆଗକୁ ବଢ଼ିବାର ନିଷ୍ପତ୍ତି ନେଉଛନ୍ତି ହିମାନୀ। ତେବେ ହିମାନୀ ୭କୋଟି ଟଙ୍କା ଜିତୁଛନ୍ତି କି ନାହିଁ, ତାହା ଆଗାମୀ ଅଧ୍ୟାୟରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର