ହିମାନ୍ସଙ୍କ ପରେ ଏହି ଯୁବକଙ୍କୁ ଡେଟ୍‌ କରୁଛନ୍ତି ନେହା କକ୍କର, ଜୋର୍‌ ଧରିଲା ଚର୍ଚ୍ଚା

ମୁମ୍ବାଇ : ବଲିଉଡ୍‌ ଅଭିନେତା ହିମାନ୍ସ କୋହଲୀଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଭାଙ୍ଗି ପଡ଼ିଥିଲେ କଣ୍ଠଶିଳ୍ପୀ ନେହା କକ୍କର । ଇନ୍‌ଷ୍ଟାରେ ବିଭିନ୍ନ ପୋଷ୍ଟ କରି ସେ ନିଜର ଦୁଃଖ ଜାହିର କରିଥିବା ଦେଖା ଯାଇଥିଲା । ଅବସାଦଗ୍ରସ୍ତ ହୋଇଯିବା ସହ ଅନେକ ଲାଇଭ୍‌ ସୋ’ରେ ତାଙ୍କୁ କାନ୍ଦିବାର ମଧ୍ୟ ଦେଖା ଯାଇଥିଲା । ତେବେ କିଛି ମାସର ବ୍ୟବଧାନ ପରେ ସେ ‘ଇଣ୍ଡିଆନ ଆଇଡୋଲ’ର ପ୍ରତିଯୋଗୀଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Neha Kakkar and Vibhor Parashar
www.amarujala.com

ହେଉଥିବା ଚର୍ଚ୍ଚା ଅନୁଯାୟୀ, ନେହା ଇଣ୍ଡିଆନ୍‌ ଆଇଡୋଲର ପ୍ରତିଯୋଗୀ ବିଭୋର ପରାଶରଙ୍କୁ ଡେଟ୍‌ କରୁଛନ୍ତି । ବିଭୋର ‘ଇଣ୍ଡିଆନ୍‌ ଆଇଡୋଲ’ର ପ୍ରତିଯୋଗୀ ଥିବା ବେଳେ ସେହି ସୋ’କୁ ଜଜ୍‌ କରିଥିଲେ ନେହା । ନେହା ବିଭୋରଙ୍କ ସହ ଅନେକ ଟୁର୍‌ରେ ଯିବା ପରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି । ତେବେ ଏ ନେଇ ବିଭୋର କହିଛନ୍ତି କି, “ମୁଁ ଯଦି ଆଜି ବିଭୋର ପରାଶର ହୋଇ ପାରିଛି, କେବଳ ତାଙ୍କ ପାଇଁ । ମୁଁ ତାଙ୍କୁ ସମ୍ମାନ ଦିଏ । ଏଭଳି ଚର୍ଚ୍ଚା ଶୁଣି ମୋର ମୁଣ୍ଡ ଖରାପ ହେଉଛି । ମୁଁ କିଛି କହିବାକୁ ଚାହୁଁ ନାହିଁ।”

ସମ୍ବନ୍ଧିତ ଖବର